ସୁନାବେଶରେ ରଥାରୁଢ଼ ଶ୍ରୀଜିଉ : ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ସୁନାବେଶରେ ରଥାରୁଢ଼  ଶ୍ରୀଜିଉ : ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ: ମହାପ୍ରଭୁଙ୍କ ସୁନାବେଶ ନୀତି ଆରମ୍ଭ ହୋଇଛି। ରଥାରୁଢ଼ ଶ୍ରୀଜିଉଙ୍କଠାରେ ସୁନାଅଳଙ୍କାର ଲାଗି କରାଯାଇଛି । ସୁନାର କିରୀଟ, କାନ, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ବ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣ ମହାପ୍ରଭୁଙ୍କଠାରେ ଲାଗି ହେଉଛି। ସଂଧ୍ୟା ୫ଟା ସୁଦ୍ଧା ତିନି ଠାକୁରଙ୍କ ସୁନାବେଶ ହେବା ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଯାଇଛି । ଅାଜି ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିପାରିବେ। ରାତି ୧୧ଟାରେ ସୁନାବେଶ ଓଲାଗି ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି।

publive-image

ସୋମବାର ହରିଶୟନ ଏକାଦଶୀରେ ସୁନାବେଶ (ବଡ଼ ଚଢ଼ାଉ ବେଶ)ରେ ଦର୍ଶନ ଦେବାକୁ ଯାଉଛନ୍ତି ମହାପ୍ରଭୁ। ସର୍ବଦା ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ମହାପ୍ରଭୁ ଆଜି ରତ୍ନଖଚିତ ଦୁଇ ଶହ କିଲୋରୁ ଅଧିକ ଓଜନର ସୁନା ଓ ରୁପା ଅଳଙ୍କାର ପିନ୍ଧି ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେବେ। ଏହି ବିରଳ ମୁହୂର୍ତରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ରାଜ୍ୟ ତଥା ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ତେବେ ଭକ୍ତ ସମାଗମ ଦେଖି ଦର୍ଶନ ସମୟ ବି ବୃଦ୍ଧି କରାଯାଇପାରେ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।

publive-image

ଆସନ୍ତାକାଲିର ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ସଂଧ୍ୟା ୫ରୁ ସାଢ଼େ ୬ଟା ଭିତରେ ତିନି ଠାକୁରଙ୍କୁ ସୁନାବେଶ କରାଯିବ। ପରେ ଭକ୍ତଙ୍କ ସୁନାବେଶ ଦର୍ଶନ ଆରମ୍ଭ ହେବ। ରାତି ୮ଟାରୁ ୯ଟା ସଂଧ୍ୟାଧୂପ, ୯ଟା ୧୫ରେ ମହାଦୀପ ବନ୍ଦାପନା, ରାତି ୧୦ଟାରୁ ୧୧ଟା ସୁନାବେଶ ମଇଲମ, ସାଢ଼େ ୧୧ଟାରେ ଚନ୍ଦନଲାଗି, ରାତି ୧୨ଟାରେ ବଡସିଂହାର ବେଶ, ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ, ୧୨ଟା ୪୫ରେ ମଇଲମ, ରାତି ଗୋଟାଏରେ ମହାସ୍ନାନ ପୂଜା, ସାଢ଼େ ଗୋଟାଏରେ ଶୟନ ଠାକୁର ବିଜେ, ଗୋଟାଏ ୪୦ରେ ମହାସ୍ନାନ ଶେଷ, ଗୋଟାଏ ୫୦ରେ ମଇଲମ, ୨ଟା ୧୦ରେ ଚନ୍ଦନ ଲାଗି, ୩ଟାରେ ବଲ୍ଲଭ ବଡ଼ସିଂହାର ବେଶ, ସାଢ଼େ ୩ଟାରେ ବଲ୍ଲଭ ବଡ଼ସିଂହାର ଭୋଗ, ଭୋର ୪ଟାରେ ହରିଶୟନ ନୀତି ଓ ରାତ୍ର ପହୁଡ଼ ନୀତି ସଂପନ୍ନ ହେବ। ୨୪ ତାରିଖରେ ଅଧରପଣା ଓ ଗରୁଡ଼ ଶୟନ ନୀତି, ୨୫ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe