Suna Besha Timetable Photograph: (sambad.in)
ପୁରୀ: ବଡ଼ ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ସୁଭଦ୍ରା ରଥ ଉପରେ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି।
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସୁନାବେଶ ଦେଖିବାକୁ ପୁରୀ ବଡ଼ଦାଣ୍ଡରେ ଏକତ୍ରିତ ହୋଇଛନ୍ତି। ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।
ଶ୍ରଦ୍ଧାଳୁମାନେ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସୁନାବେଶ ଦେଖିପାରିବେ।
ଅଧିକ ପଢ଼ନ୍ତୁ: ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି
ମଇଲମ ନୀତି: ଅପରାହ୍ନ ୩:୩୦ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ
ସନ୍ଧ୍ୟା ଆଳତି: ଅପରାହ୍ନ ୪ଟା
ଏକାଦଶୀ ନୀତି: ଅପରାହ୍ନ ୪:୩୦ ରୁ ୫ ଟା
ସୁନାବେଶ: ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ୬ଟା
ସନ୍ଧ୍ୟାଧୂପ: ରାତି ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ
ମହାଦୀପ ବନ୍ଦାପନା: ରାତି ୯.୧୫
ସୁନାବେଶ ମଇଲମ: ରାତି ୧୦ରୁ ୧୧ଟା
ଚନ୍ଦନା ଲାଗି: ରାତି ୧୧ଟା
ବଡ଼ଶିଙ୍ଗାର ବେଶ: ରାତି ୧୨ଟା
ବଡ଼ଶିଙ୍ଗାର ଭୋଗ: ରାତି ୧୨.୩୦
ମଇଲମ : ରାତି ୧୨.୪୫
ମହାସ୍ନାନ ପୂଜା: ରାତି ୧ଟା
ଶୟନ ଠାକୁର ବିଜେ: ରାତି ୧.୩୦
ଅଧିକ ପଢ଼ନ୍ତୁ: ସୁନାବେଶ ପାଇଁ ପୁରୀ ବାହାରୁଛନ୍ତି କି? ଜାଣିରଖନ୍ତୁ ଏହି ଟ୍ରାଫିକ ଅପଡେଟ
Suna Besha | Rath Yatra 2025
Follow Us