ସୁନାବେଡ଼ା ଅଭୟାରଣ୍ୟରେ ବନ୍ୟପ୍ରାଣୀ ଡହଳବିକଳ

Advertisment
ସୁନାବେଡ଼ା ଅଭୟାରଣ୍ୟରେ ବନ୍ୟପ୍ରାଣୀ ଡହଳବିକଳ

Listening Earth

ନୂଆପଡ଼ା : ସାରା ରାଜ୍ୟରେ ଗୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଜଳଉତ୍ସଗୁଡ଼ିକୁ ଶୁଖି ଯାଉଛି। ଫଳରେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ପାଣିର ଘୋର ଅଭାବ ଦେଖାଦେଇଛି। ଏଠାରେ ଥିବା ଝରଣା, ନଦୀ, ନାଳ ସବୁ ଶୁଖି ଯାଇଥିବାରୁ ଅଭୟାରଣ୍ୟ ଭିତରେ ଥିବା ବନ୍ୟପ୍ରାଣୀ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି। ଶୋଷ ମେଣ୍ଟାଇ ନପାରି ବନ୍ୟପ୍ରାଣୀମାନେ ଗାଁମୁହାଁ ହେଉଛନ୍ତି। ଶିକାରୀ ହାବୁଡ଼ରେ ପଡ଼ି ଅନେକ ପ୍ରାଣୀ ପ୍ରାଣ ହରାଉଛନ୍ତି।

ପ୍ରକାଶ ଯେ, କୋମନା ବ୍ଲକ୍‌ ସୁନାବେଡ଼ା ଓ ସୋସେଙ୍ଗ ପଞ୍ଚାୟତ ସମେତ ନୂଆପଡ଼ା, କୋମନା, ବୋଡ଼େନ ଓ ସିନାପାଲିର ୧୨ଟି ପଞ୍ଚାୟତର ୫୨ଟି ଛୋଟବଡ଼ ଗାଁ ଓ ଜଂଗଲକୁ ନେଇ ସୁନାବେଡ଼ା ଅଭୟାରଣ୍ୟ ଗଠିତ ହୋଇଛି। ୭ହଜାର ବର୍ଗକିମି ଆୟତନ ଥିବା ଏହି ଜଙ୍ଗଲରେ କଲରାପତରିଆ ବାଘ, ଗୟଳ, ଭାଲୁ, ସମ୍ବର, ହରିଣ, ବାର୍‌ହା, କୁଟୁରା ଭଳି ଅନେକ ବନ୍ୟପ୍ରାଣୀ ସହିତ ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ ରହୁଛନ୍ତି। ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ କୁଣ୍ତ ତିଆରି କରାଯାଇ ପାଣି ଭର୍ତ୍ତି କରାଯାଇଥାଏ। କିନ୍ତୁ, ଚଳିତ ବର୍ଷ କରୋନା ପାଇଁ ତାଲାବନ୍ଦ ହୋଇଥିବାରୁ ଲୋକେ ଘରୁ ଗୋଡ଼ କାଢୁନାହାନ୍ତି। ଏଭଳି ସ୍ଥିତିରେ ବନ କର୍ମଚାରୀମାନେ ମଧ୍ୟ କୁଣ୍ଡ ତିଆରି କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ଅଭୟାରଣ୍ୟରେ ନିଆଁ ଲାଗିଥିବାରୁ ବହୁ ବନ୍ୟପ୍ରାଣୀଙ୍କ ମୃତ୍ୟୃ ହେବା ଆଶଙ୍କା ରହିଛି। ବନ ବିଭାଗ ତୁରନ୍ତ ଅଭୟାରଣ୍ୟରେ ପାଣି ବ୍ୟବସ୍ଥା କରିବାକୁ ମତ ପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe