ସହରରେ ରାହାଜାନି, ସୁନାଚେନ୍‌ ଝାମ୍ପିନେଲେ

ଦୋକାନା ଓ ଘରେ କଳାକନା ବୁଲାଇଲେ: ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

Jagran

ବ୍ୟାସନଗର: ବ୍ୟାସନଗର ସହର ମଝିରେ ଲୁଟ୍‌। ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ ଦୁଇଜଣ ଦୁର୍ବୃତ୍ତ କଳା ପଲସରରେ ଆସି ଜଣେ ମହିଳାଙ୍କ ବେକରୁ ସୁନାହାରଟିକୁ ଛିଣ୍ଡାଇନେଇ ଚମ୍ପଟ ମାରିଛନ୍ତି। ଗୋପବନ୍ଧୁନଗର ଛକ ମମତା ଶାଢ଼ି ଦୋକାନ ନିକଟରୁ ଏଭଳି ଲୁଟ୍‌ ହୋଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ଗୋପବନ୍ଧୁନଗରର ବାସିନ୍ଦା ସାଇଦତ୍ତ ଓଝାଙ୍କ ପତ୍ନୀ ରୋଜାଲିନ ଓଝା (୩୨)।

ରାତିରେ ଏହି ଦମ୍ପତି ବଜାରରେ କିଣାକିଣି କରି ନିକଟରେ ଥିବା ତାଙ୍କ ଘରକୁ ଚାଲିଚାଲି ଫେରୁଥିଲେ। ଏହି ସମୟରେ ହଠାତ ଲୁଟେରାଦ୍ବୟ ପହଞ୍ଚି ରୋଜାଲିନଙ୍କ ଗଳାରୁ ହାରଟିକୁ ଝାମ୍ପି ନେଇଥିଲେ। ଖବର ପାଇ ପୁଲିସ ଏସଆଇ ଜ୍ୟୋତିରଂଜନ ମହାପାତ୍ର ଓ କର୍ମଚାରୀ ଦେବକାନ୍ତ ରାଉତ ପହଞ୍ଚି ତଦନ୍ତ କରିଛନ୍ତି। ନିକଟରେ ଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଛନ୍ତି। ଦୁଇ ଲୁଟେରା ସୁନାଚେନ୍‌ ଛିଡ଼ାଇ ନେବାର ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି। ଲୁଟ୍‌ ପରେ ଦୁର୍ବୃତ୍ତମାନେ ଦ୍ରୁତଗତିରେ ବଜାର ଆଡ଼କୁ ପଳାଇଯାଇଥିଲେ। ସହର ମଝିରେ ଏଭଳି ଲୁଟ୍‌ ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe