ଜମି କିସମ ବଦଳାଇ ଧାନ ବିକ୍ରି ଘଟଣା, ସୁନାମୁଦି ପେକ୍ସ ସମ୍ପାଦକ ନିଲମ୍ବିତ

Advertisment
ଜମି କିସମ ବଦଳାଇ ଧାନ ବିକ୍ରି ଘଟଣା, ସୁନାମୁଦି ପେକ୍ସ ସମ୍ପାଦକ ନିଲମ୍ବିତ

ଲରମ୍ଭା/ପାଟଣାଗଡ଼ : ବିବାଦୀୟ ଜମି ଓ ଆଟ ମାମୁଲି ଜମିର କିସମ ବଦଳାଇ ଧାନ ବିକ୍ରି କରିଥିବା ଅଭି‌ଯୋଗରେ ଶୁକ୍ରବାର ପାଟଣାଗଡ଼ ବ୍ଲକ୍‌ ସୁନାମୁଦି ପେକ୍ସ ସଂପାଦକ ‌ମୌସମ ବେହେରାଙ୍କୁ ଏସ୍‌ଏଆର୍‌ସିଏସ୍‌ ନିଲମ୍ବିତ କରିଛନ୍ତି।

ପ୍ରକାଶ ଯେ ପେକ୍ସ ସମ୍ପାଦକ ଶ୍ରୀ ବେହେରା ଓ ଡିଇଓ ମିଶି ଗତ ଖରିଫ ଧାନ କିଣାବିକା ସମୟରେ ବିବାଦୀୟ ଜମି ଓ ଆଟ ମାମୁଲି ଜମିର କିସମ ବଦଳାଇ ମିଲର୍ସଙ୍କ ସଲାସୁତୁରାରେ ଧାନ ବିକ୍ରି କରିଥିବା ବିଷୟରେ ବିଭିନ୍ନ ଗାଁର ୩୦ରୁ ଅଧିକ ଚାଷୀ ସମେତ ଜିଲ୍ଲା କୃଷକ ସେନା ସଭାପତି ସୌରୀ ସାହୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଗତ ମାର୍ଚ୍ଚ ୪, ଏପ୍ରିଲ ୮ ଓ ୨୧ ତାରିଖ ଦିନ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହା ପରେ ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଏସ୍‌ଏଆର୍‌ସିଏସ୍‌ ନାରାୟଣ ନାଏକ ବିଭାଗ ତରଫରୁ ପୃଥକ୍‌ ପୃଥକ୍ ଭାବେ ତଦନ୍ତ କରିଥିଲେ। ତଦନ୍ତରେ ସମ୍ପାଦକ ଶ୍ରୀ ବେହେରା ଅନିୟମିତତା କରିଥିବା ଜଣାପଡ଼ିଥିଲା।

ଏସବୁ ଅନିୟମିତତାକୁ ଦୃଷ୍ଟିରେ ରଖି ସମ୍ପାଦକ ଶ୍ରୀ ବେହେରାଙ୍କୁ ନିଲମ୍ବନ କରାଯାଇଛି ବୋଲି ଏସ୍‌ଏଆର୍‌ସିଏସ୍‌ ଶ୍ରୀ ନାଏକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଅନିୟମିତତାର ତଦନ୍ତ କରି ରିକଭରି କରାଯାଉ ବୋଲି ଅଭିଯୋଗ କରିଥିବା ଚାଷୀମାନେ ଦାବି କରିଛନ୍ତି। ଅନ୍ୟଥା ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe