ସୁନନ୍ଦାଙ୍କ ପାଇଁ ଆଖି ଖୋଲିଲା, ଆଜି ରାଜ୍ୟସ୍ତରୀୟ ଶୋକସଭା

Advertisment

ସଙ୍ଗୀତ ନାଟକ ଏକାଡେମି ଦେବ ସୁନନ୍ଦା ସମ୍ମାନ

ସଙ୍ଗୀତ ନାଟକ ଏକାଡେମି ଦେବ ସୁନନ୍ଦା ସମ୍ମାନ

ସୁନନ୍ଦାଙ୍କ ପାଇଁ ଆଖି ଖୋଲିଲା, ଆଜି ରାଜ୍ୟସ୍ତରୀୟ ଶୋକସଭା

Odisha Bytes

ଭୁବନେଶ୍ବର: ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗ ପରେ ତାଙ୍କ ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସମୟରେ କରିଥିବା ଅବହେଳା କଥା ଚର୍ଚ୍ଚାକୁ ଆସିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ େଖାଲା ସମାଲୋଚନା ହେବା ପରେ ରାଜ୍ୟ ସରକାର ଆଜି ତତ୍ପରତା ଦେଖାଇଛନ୍ତି। ଡ. ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ସୁନନ୍ଦା ସମ୍ମାନ ଓ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର ପ୍ରତିଷ୍ଠା କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଆସନ୍ତାକାଲି ସନ୍ଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି, ସୂଚନା ଓ ଲୋକ ସଂପର୍କ ବିଭାଗ ସହଯୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଶୋକସଭା ଅନୁଷ୍ଠିତ ହେବ। ସୁନନ୍ଦା ସ୍ମୃତି ଓ ସଙ୍ଗୀତ ସନ୍ଧ୍ୟା ନାମରେ ଏହା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହେବ।

ସଂସ୍କୃତି ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠା ହେବ ଚେୟାର
ପୁରୀ,କଟକ ଘର ସ୍ମୃତିସଦନ ଭାବେ ବିକଶିତ ହେବ

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସୁନନ୍ଦାଙ୍କ ସ୍ମୃତିରେ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ରାଜ୍ୟର ଜଣେ ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ସୁନନ୍ଦା ସମ୍ମାନ ପ୍ରଦାନ କରାଯିବ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଏହି ପୁରସ୍କାର ଦିଆଯିବ। ସେହିଭଳି ଶାସ୍ତ୍ରୀୟ ସଙ୍ଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷା ପାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର୍ ପ୍ରତିଷ୍ଠା ହେବ। କେବଳ ସେତିକି ନୁହେଁ, ତାଙ୍କ ପରିବାର ଲୋକଙ୍କ ଅନୁମୋଦନ କ୍ରମେ ସୁନନ୍ଦାଙ୍କ ପୁରୀ ଓ କଟକସ୍ଥିତ ବାସଭବନକୁ ସ୍ମୃତି ସଦନ ଭାବରେ ବିକଶିତ କରାଯିବ। ସୁନନ୍ଦା ପଟ୍ଟନାୟକଙ୍କ ଦ୍ବାରା ବ୍ୟବହୃତ ବାଦ୍ୟଯନ୍ତ୍ର ଓ ଅନ୍ୟାନ୍ୟ ଜିନିଷକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର ଗ୍ୟାଲେରିରେ ସଂରକ୍ଷିତ ରଖାଯିବ। ତାଙ୍କ ବ୍ୟବହୃତ ଜିନିଷ ଦାନ କରିବା ଲାଗି ତାଙ୍କ ପରିବାରକୁ ସରକାର ନିବେଦନ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ସୁନନ୍ଦା ପଟ୍ଟନାୟକଙ୍କ ଜୟନ୍ତୀ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ‌ଯୋଗ୍ୟ ଯେ କୋଲକାତାରେ ସୁନନ୍ଦାଙ୍କ ବିୟୋଗ ପରେ ସୁନନ୍ଦାଙ୍କୁ ଜୀବିତାବସ୍ଥାରେ ଓଡ଼ିଶା ସରକାର ଉଚିତ ସମ୍ମ‌ାନ ଦେଇ ନାହାନ୍ତି ବୋଲି ‘ସମ୍ବାଦ’ ପକ୍ଷରୁ ଖବର ପ୍ରକାଶ କରାଯିବା ସହିତ ‘ସମ୍ବାଦ’ର ରବିବାର ପୃଷ୍ଠାରେ ଏ ନେଇ ବିସ୍ତୃତ ଭାବେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe