ସୁନାରିସିକୁଆଁ ସରପଞ୍ଚ ଅଯୋଗ୍ୟ ଘୋଷିତ

Advertisment
ସୁନାରିସିକୁଆଁ ସରପଞ୍ଚ ଅଯୋଗ୍ୟ ଘୋଷିତ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରିସିକୁଆଁ ସରପଞ୍ଚଙ୍କୁ ନିର୍ଦ୍ଧାରିତ ବୟସ ସୀମାରୁ କମ୍‌ ହେଉଥିବାରୁ ଜିଲ୍ଲା ପ୍ରଶାସନ ଅଯୋଗ୍ୟ ଘୋଷଣା କରିଛି। ସରପଞ୍ଚ ଭୋଲେଶ୍ୱରୀ ଦାଶଙ୍କୁ ୨୧ ବର୍ଷ ହେଉନଥିବା ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା।

ଅଭିଯୋଗକୁ ଭିତ୍ତିକରି ସାକ୍ଷୀ ଓ କାଗଜାତ ଗୁଡ଼ିକ ଯାଞ୍ଚ କରିବା ପରେ ନୂଆପଡ଼ା ଜିଲ୍ଲାପାଳ ସୁନାରିସିକୁଆଁ ସରପଞ୍ଚ ଭୋଲେଶ୍ୱରୀ ଦାଶଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଭୋଲେଶ୍ୱରୀଙ୍କୁ ଆସନ୍ତା ୨୦୨୪ରେ ୨୧ ବର୍ଷ ହେବ ବୋଲି ପ୍ରମାଣ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe