ନୂଆପଡ଼ା: ସୁନ୍ଦର ନଦୀରେ ବ୍ରିଜ ନିର୍ମାଣ ପାଇଁ ବିଧାୟକଙ୍କୁ ଦାବିପତ୍ର

ନୂଆପଡ଼ା: ସୁନ୍ଦର ନଦୀରେ ବ୍ରିଜ ନିର୍ମାଣ ପାଇଁ ବିଧାୟକଙ୍କୁ ଦାବିପତ୍ର

ଖଡିଆଳ: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବରଗାଁ ଓ ଡମଝର ମଧ୍ୟରେ ବୋହିଯାଉଛି ସୁନ୍ଦର ନଦୀ। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଯାତାୟତ କରୁଛନ୍ତି । ଗ୍ରୀଷ୍ମ ୪ ମାସ ଏହି ରାସ୍ତାରେ ଯାତାୟତ ହେଉଥିବା ବେଲେ ବର୍ଷା ଓ ଶୀତ ମାସରେ ବହୁଳ ଭାବରେ ବହୁଥିବାରୁ ଲୋକେ ଖଡିଆଳ ଦେଇ ପଲସଦା ବ୍ରିଜ ଦେଇ ଡମଝର ଯାତାୟତ କରନ୍ତି । ଯାହାଫଳରେ ବରଗାଁ ତଥା ଅନ୍ୟାନ୍ୟ ୫୦ ଖଣ୍ଡ ଗ୍ରାମର ଲୋକେ ୧ କିଲୋମିଟର ପରିବର୍ତେ ୬ କିଲୋମିଟର ପଲସଦା ଗ୍ରାମରେ ଥିବା ବ୍ରିଜ ଦେଇ ଯାତାୟତ କରିଥାନ୍ତିି ।

ସୂଚନା ଥାଉକି ଏହି ବ୍ରିଜ ନିର୍ମାଣ ହେଲେ ନୂଆପଡା କିମ୍ବା ଅନ୍ୟାନ୍ୟ ଜିଲ୍ଲା କର୍ମଚାରୀମାନେ ବୋଡେନକୁ ଯିବାକୁ ହେଲେ ୧୪ କିଲୋମିଟର ରାସ୍ତା କମିଯିବ । ଅଧିକାରୀମାନଙ୍କୁ ଖଡିଆଳ ପଟଦେଇ ୧୪ କିଲୋମିଟର ରାସ୍ତା ଅଧିକ ଯିବାକୁ ପଡୁଥିବାରୁ ଏହି ବ୍ରିଜ ନିର୍ମାଣ ହେଲେ ସିଧାସଳଖ ବୋଡେନ ବ୍ଲକକୁ ସଂଯୋଗ କରିବା ଏହି ବ୍ରିଜ ନିର୍ମାଣ କରିବାକୁ ହେଲେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଭୁମିକା ଜରୁରୀ ଓ ସେଥି ପାଇଁ ବରଗାଁ ଗ୍ରାମରେ ଏକ ବୈଠକ ହୋଇଛି। ଏ ବିଷୟରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କୁ ଅଯୋଧ୍ୟା ନାଥ ଦାସ ଓ ସରୋଜ ପଣ୍ଡାଙ୍କ ନେତୃତ୍ୱରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ସୁନ୍ଦର ନଦୀରେ ଏକ ବ୍ରିଜ ନର୍ମାଣ ପାଇଁ ବିଧାୟକ ହିସାବରେ ଶୀଘ୍ର ପଦକ୍ଷେପ ନେବା ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିବେ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe