ଶ୍ରୀଲଙ୍କାରେ ସୁନ୍ଦରଗଡ଼ କେନ୍ଦୁପତ୍ର ବିଡ଼ିର ଚାହିଦା

Advertisment

ବର୍ଷରେ ଯାଉଛି ୧୩ ହଜାର କ୍ବିଣ୍ଟାଲ

ବର୍ଷରେ ଯାଉଛି ୧୩ ହଜାର କ୍ବିଣ୍ଟାଲ

ଶ୍ରୀଲଙ୍କାରେ ସୁନ୍ଦରଗଡ଼ କେନ୍ଦୁପତ୍ର ବିଡ଼ିର ଚାହିଦା

ରାଉରକେଲା : ଧୂମପାନ ଶରୀର ପକ୍ଷେ କ୍ଷତିକାରକ ଜାଣି ମଧ୍ୟ ଅନେକ ଲୋକ ଧୂମପାନ କରନ୍ତି। ଏ ବାବଦରେ ସିଗାରେଟ୍ ଭଳି ବିଡ଼ି ସଂପୃକ୍ତ ଲୋକଙ୍କ ପାଖରେ ବେଶ୍ ଲୋକପ୍ରିୟ। ସତ ହେଉଛି, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକ, ଅର୍ଥାତ୍ ଗରିବ ଲୋକମାନେ ହିଁ ବିଡ଼ି ଟାଣନ୍ତି ବୋଲି ଯେଉଁ ଧାରଣଟି ରହି ଆସିଛି ତାହା ଭୁଲ୍। ଅନେକ ଧନୀ ସୌଖୀନ ଲୋକ ବି ବିଡ଼ି ପିଅନ୍ତି। ବିଡ଼ିର ମୁଖ୍ୟ ଉପାଦାନ ହେଉଛି କେନ୍ଦୁପତ୍ର। ଜାଣି ଆଶ୍ଚର୍ଯ୍ୟ ଓ ଆନନ୍ଦିତ ହେବେ ଯେ ବିଡ଼ି ତିଆରି ପ୍ରସଙ୍ଗରେ ସୁନ୍ଦରଗଡ଼ ଜିଲ୍ଲାର କେନ୍ଦୁପତ୍ରର ଲୋକପ୍ରିୟତା ଅନ୍ୟ ସ୍ଥାନମାନଙ୍କରୁ ସଂଗୃହୀତ ହେଉଥିବା କେନ୍ଦୁପତ୍ରଠାରୁ ବେଶ୍ ଆଗରେ। ଏ କେନ୍ଦୁପତ୍ରରେ ତିଆରି ବିଡ଼ିର ଚାହିଦା ସୁଦୂର ଶ୍ରୀଲଙ୍କାର ବିଡ଼ି-ପ୍ରେମୀଙ୍କ ଭିତରେ ବେଶ୍ ଉପରେ।

ଶ୍ରୀଲଙ୍କାର ୧୫ରୁ ୫୯ ବର୍ଷର ପ୍ରାୟ ୨୪ % ଅଧିକ ଶ୍ରମଜୀବୀ ବିଡି ଟାଣିବାକୁ ଭଲ ପାଆନ୍ତି। ଗୁଣବତ୍ତା ସମ୍ପନ୍ନ କେନ୍ଦୁପତ୍ର ପାଇଁ ସେଠାକାର ବିଡ଼ି ପ୍ରସ୍ତୁତକର୍ତାମାନେ ଓଡ଼ିଶା ବଜାର ଉପରେ ନିର୍ଭର କରନ୍ତି। ଗୁଣବତ୍ତା ଦୃଷ୍ଟିରୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର କେନ୍ଦୁପତ୍ର ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକ ଠାରୁ ବେଶ୍ ଆଗରେ ରହିଛି। ଏହାର ଦାମ୍ ମଧ୍ୟ ଅଧିକ। ଏଥିପାଇଁ ଓଡ଼ିଶାର ବ୍ୟବସାୟୀମାନେ ସୁନ୍ଦରଗଡ଼ର କେନ୍ଦୁପତ୍ର କିଣିବାକୁ ଅନିଚ୍ଛା ପ୍ରକାଶ କରନ୍ତି। ତେଣୁ ଏହାର ବଜାର ଅଛି ବିଦେଶରେ। ପାକିସ୍ତାନ ଓ ଶ୍ରୀଲଙ୍କାରେ ଏହାର ବେଶ୍‌ ଚାହିଦା। ବର୍ତ୍ତମାନ ଦ୍ବିପାକ୍ଷିକ ସଂପର୍କ ଖରାପ ଥିବାରୁ ପାକିସ୍ତାନକୁ କେନ୍ଦୁପତ୍ର ରପ୍ତାନି ବନ୍ଦ ରହିଛି, କିନ୍ତୁ ଶ୍ରୀଲଙ୍କାକୁ ପ୍ରତିବର୍ଷ ପତ୍ର ରପ୍ତାନି ହେଉଛି। ସୁନ୍ଦରଗଡ଼ ଆଦିବାସୀଙ୍କ ଦ୍ବାରା ସଂଗୃହୀତ କେନ୍ଦୁପତ୍ରରୁ ତିଆରି ବିଡିକୁ ବର୍ଷ ବର୍ଷ ଧରି ଖୁସିରେ ଟାଣୁଛନ୍ତି ଶ୍ରୀଲଙ୍କାର ମୋନାରଗଲା ଓ କଲମ୍ବୋ ଆଦି ଅଞ୍ଚଳର ଲକ୍ଷ ଲକ୍ଷ ଶ୍ରମଜୀବୀ ପୁରୁଷ ମହିଳା। ପ୍ରତିବର୍ଷ ସୁନ୍ଦରଗଡ଼ ଜିଲ୍ଲାରୁ ଯେତିକି ବିଡି ପତ୍ର ଉତ୍ପାଦନ ହେଉଛି, ତା’ର ୫୦%, ଅର୍ଥାତ ଅଧା ତାମିଲନାଡୁର ଟୁଟିକରନ୍‌ ବନ୍ଦର ଦେଇ ଶ୍ରୀଲଙ୍କାକୁ ଯାଉଛି।

ଉଲ୍ଲେଖନୀୟ ଯେ ସୁନ୍ଦରଗଡ଼ ଜିଲ୍ଲାର କଲୁଙ୍ଗା, ରାଜଗାଙ୍ଗପୁର, ବଡଗାଁ, ସୁନ୍ଦରଗଡ଼, ଉଜ୍ଜଳପୁର, ଲେଫ୍ରିପଡା, କିଞ୍ଜିରିକେଲା ଓ ବାଲିଶଙ୍କରାର ମୋଟ୍‌ ୧୧ କେନ୍ଦୁପତ୍ର ଡିଭିଜନ୍‌ରୁ ପ୍ରତିବର୍ଷ ପ୍ରାୟ ୨୫ରୁ ୨୭ ହଜାର କ୍ବିଣ୍ଟାଲ କେନ୍ଦୁପତ୍ର ଅମଳ ହୋଇଥାଏ। ୫୦% ଅର୍ଥାତ୍‌ ପ୍ରାୟ ୧୩ ହଜାର କ୍ବିଣ୍ଟାଲ କେନ୍ଦୁପତ୍ର କେବଳ ଶ୍ରୀଲଙ୍କା ଯାଏ। ଅବଶିଷ୍ଟ ୫୦% ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ବିକ୍ରି ହୁଏ। ପ୍ରତିବର୍ଷ ମେ’ ମାସରୁ କେନ୍ଦୁପତ୍ର ବିକ୍ରି ହେବା ଆରମ୍ଭ ହୋଇଥାଏ। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ଝାରସୁଗୁଡାର ଦୁଇଟି ସଂସ୍ଥା ତାମିଲନାଡୁ ଓ ଶ୍ରୀଲଙ୍କାର ଏଜେଣ୍ଟ୍‌ଙ୍କ ଜରିଆରେ ସିଧାସଳଖ କେନ୍ଦୁପତ୍ରକୁ ଶ୍ରୀଲଙ୍କା ପଠାଉଥିବାା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe