‘ଜୀନତ୍‌’ ପାଇଁ ସୁନ୍ଦରବନ ଢାଞ୍ଚା ଆପଣାଇଲେ: ଗାଁ ଚାରିପଟେ ଟଣାଗଲା ନାଇଲନ୍‌ ଜାଲ

Advertisment

ଓଡ଼ିଶା ବନ ବିଭାଗ ପକ୍ଷରୁ ବାଘୁଣୀ ‘ଜୀନତ୍‌’ ବେକରେ ଲଗାଯାଇଥିବା ରେଡିଓ କଲାରକୁ ଭରସା କରିପାରୁନି ପଶ୍ଚିମବଙ୍ଗ ବନ ବିଭାଗ। ବାଘୁଣୀଟି ଅଧିକାଂଶ ସମୟରେ ଘଞ୍ଚ ଜଙ୍ଗଲରେ ବୁଲୁଥିବାରୁ ଏହି ରେଡିଓ କଲାର୍‌ ଦ୍ବାରା ସଠିକ୍‌ ଅବସ୍ଥିତି ଟ୍ରାକ୍‌ କରିବା ସହଜ ହେଉନି।

ଓଡ଼ିଶା ବନ ବିଭାଗ ପକ୍ଷରୁ ବାଘୁଣୀ ‘ଜୀନତ୍‌’ ବେକରେ ଲଗାଯାଇଥିବା ରେଡିଓ କଲାରକୁ ଭରସା କରିପାରୁନି ପଶ୍ଚିମବଙ୍ଗ ବନ ବିଭାଗ। ବାଘୁଣୀଟି ଅଧିକାଂଶ ସମୟରେ ଘଞ୍ଚ ଜଙ୍ଗଲରେ ବୁଲୁଥିବାରୁ ଏହି ରେଡିଓ କଲାର୍‌ ଦ୍ବାରା ସଠିକ୍‌ ଅବସ୍ଥିତି ଟ୍ରାକ୍‌ କରିବା ସହଜ ହେଉନି।

tiger

ବାରିପଦା: ଓଡ଼ିଶା ବନ ବିଭାଗ ପକ୍ଷରୁ ବାଘୁଣୀ ‘ଜୀନତ୍‌’ ବେକରେ ଲଗାଯାଇଥିବା ରେଡିଓ କଲାରକୁ ଭରସା କରିପାରୁନି ପଶ୍ଚିମବଙ୍ଗ ବନ ବିଭାଗ। ବାଘୁଣୀଟି ଅଧିକାଂଶ ସମୟରେ ଘଞ୍ଚ ଜଙ୍ଗଲରେ ବୁଲୁଥିବାରୁ ଏହି ରେଡିଓ କଲାର୍‌ ଦ୍ବାରା ସଠିକ୍‌ ଅବସ୍ଥିତି ଟ୍ରାକ୍‌ କରିବା ସହଜ ହେଉନି। ଫଳରେ ଏହାର ଗିତିବିଧି ଉପରେ ନଜର ରଖିବାରେ ସମସ୍ୟା ହେଉଛି। ପରିଣାମ ସ୍ବରୂପ ମଙ୍ଗଳବାର ଦିନ ଜଙ୍ଗଲ ନିକଟବର୍ତ୍ତୀ ଗାଁରେ ପଶି ୮ରୁ ଅଧିକ ଛେଳିଙ୍କୁ ଶିକାର କରିଛି ଜୀନତ୍‌। ବନ ବିଭାଗର ଶତାଧିକ କର୍ମଚାରୀ ବିଭିନ୍ନ ଅଞ୍ଚଳରେ ମୁତୟନ ହୋଇଥିଲେ ବି ‘ଜୀନତ୍‌’ ସମସ୍ତଙ୍କୁ ଚକ୍‌ମା ଦେଇ ଜନବସତିରେ ପଶିଥିଲା। ତେଣୁ ସ୍ଥାନୀୟ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଫଳରେ ପଶ୍ଚିମବଙ୍ଗ ବନ ବିଭାଗ ସୁନ୍ଦରବନ ସୁରକ୍ଷା ଢାଞ୍ଚାକୁ ଆପଣାଇ ୬ଟି ସ୍ମାର୍ଟ କ୍ୟାମେରା ସହ ନାଇଲନ୍‌ ଜାଲର ଫେନ୍ସିଂ କରାଯାଇଛି।

୬ଟି ସ୍ମାର୍ଟ କ୍ୟାମେରା ଲଗାଇଲା ପଶ୍ଚିମବଙ୍ଗ
ଗାଁ ଚାରିପଟେ ଟଣାଗଲା ନାଇଲନ୍‌ ଜାଲ

ମଙ୍ଗଳବାର ସକାଳ ୭ଟାରୁ ୮ଟା ମଧ୍ୟରେ ‘ଜୀନତ୍‌’ ପୁରୁଲିଆର ବନ୍ଦୋଆଁ ବନାଞ୍ଚଳର ଘଗରା ଅଞ୍ଚଳରେ ରହିଥିବା ବେଳେ ପୂର୍ବାହ୍‌ଣ ୧୦ଟା ବେଳେ ରାଇକା ପାହାଡ଼ ଉପରେ ଏହାର ଲୋକେସନ୍‌ ଟ୍ରାକ୍‌ ହୋଇଥିଲା। ବାଘୁଣୀକୁ ଧରିବା ପାଇଁ ବନ ବିଭାଗ ଖାଦ୍ୟ ଲୋଭ ଦେଖାଇ ପିଞ୍ଜରା ଓ ଜାଲ ବସାଇଥିଲେ। ହେଲେ ପରବର୍ତ୍ତୀ ସମୟରେ କିଛି ସମୟ ପାଇଁ ଟ୍ରାକ୍‌ କରିବାରେ ବିଫଳ ହୋଇଥିଲେ ବନ କର୍ମଚାରୀ। ଏହି ସମୟରେ ଜଙ୍ଗଲରୁ ବାହାରି ଗାଁରେ ପଶିବା ସହ ଛେଳି ଶିକାର କରିଥିଲା ଜୀନତ୍‌। ବାଘୁଣୀ ବେକରେ ଲାଗିଥିବା ରେ‌ଡିଓ କଲାରକୁ ଭରସା କରିବାରୁ ଏମିତି ଘଟିଲା ବୋଲି ପଶ୍ଚିମବଙ୍ଗ ପୁରୁଲିଆ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେଣୁ ଏବେ ଜୀନତ୍‌ ବୁଲୁଥିବା ବାନ୍ଦୋଆଁ ଜଙ୍ଗଲରେ ୬ଟି ସ୍ମାର୍ଟ କ୍ୟାମେରା ଲଗାଇଛି ପଶ୍ଚିମବଙ୍ଗ ବନ ବିଭାଗ। ୨ଟି ସ୍ବତନ୍ତ୍ର ଟିମ୍ ଏହି କ୍ୟାମରାର ପ୍ରତିଟି ଦୃଶ୍ୟକୁ ଯାଞ୍ଚ କରୁଛନ୍ତି। ଲୋକଙ୍କ ସୁରକ୍ଷା ପାଇଁ କେବଳ ଜିପିଏସ୍ ସର୍ଭେଲାନ୍ସ ଉପରେ ନିର୍ଭର ନକରି ଏହି ବ୍ୟବସ୍ଥା କରାଯାଇଛି। ଏଥିସହ ଗ୍ରାମାଞ୍ଚଳରେ ନାଇଲନ୍ ଫେନ୍ସିଂକୁ ଗୁରୁତ୍ବ ଦିଆଯାଇଛି। ସୁନ୍ଦରବନ ଅଞ୍ଚଳରେ ମହାବଳ ବାଘଙ୍କୁ ଜନବସତିଠାରୁ ଦୂରେଇ ରଖିବା ପାଇଁ ଏହି ଉପାୟ ଅବଲମ୍ବନ କରାଯାଏ। ବାଘମାନେ ମୋଟା ନାଇଲନ୍ ଜାଲ୍‌କୁ ଡେଇଁ ଗାଁ ଭିତରକୁ ପ୍ରବେଶ କରି ପାରନ୍ତି ନାହିଁ। ତେଣୁ ପୁରୁଲିଆ ଗାଁରେ ମଧ୍ୟ ଏହି ଜାଲ ଲଗାଯାଇଛି।

ଏ ସମ୍ପର୍କରେ ପଶ୍ଚିମବଙ୍ଗ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଦେବଲ ରାୟ କହିଛନ୍ତି ସ୍ମାର୍ଟ କ୍ୟାମେରାରୁ ପ୍ରତି ସେକେଣ୍ଡର ଲାଇଭ୍ ଫିଡ୍ ମିଳୁଛି। ସାଧାରଣତଃ ଜଙ୍ଗଲରେ ଲାଗୁଥିବା ଟ୍ରାପ୍ କ୍ୟାମେରା ଦ୍ୱାରା ଏହା ସମ୍ଭବ ନୁହେଁ।  ତେଣୁ ଆମେ ୬ଟି ସ୍ମାଟ୍‌ କ୍ୟାମେରା ଲଗାଇଛୁ। ଏଥିସହ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ନାଇଟ୍ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ସଂଧ୍ୟା ପରେ ଘରୁ ନ ବାହାରିବାକୁ ଲୋକଙ୍କୁ ସତର୍କ କରାଯାଇଛି। ବାଘୁଣୀଟି ଧରା ନ ପଡ଼ିବା ଯାଏଁ ସତର୍କତା ଅବଲମ୍ବନ ପାଇଁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe