ଟୋଲ୍‌ ଆଦାୟକୁ ବିରୋଧ : ସୁନ୍ଦରଗଡ଼ ବନ୍ଦ ଶାନ୍ତିପୂର୍ଣ୍ଣ

Advertisment
ଟୋଲ୍‌ ଆଦାୟକୁ ବିରୋଧ : ସୁନ୍ଦରଗଡ଼ ବନ୍ଦ ଶାନ୍ତିପୂର୍ଣ୍ଣ

Photo by : Reporters Today

ସୁନ୍ଦରଗଡ଼ : ନବନିର୍ମିତ ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ େଓ୍ଵରେ ଟୋଲ୍‌ ଆଦାୟକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳିତ ହୋଇଛି। ବନ୍ଦ ଯୋଗୁଁ ସହରର ଦୋକାନ ବଜାର ଓ ଗାଡ଼ି ମୋଟର ଚଳାଚଳ ପ୍ରଭାବିତ ହୋଇଥିଲା। ଲୋକେ ୩ଟି ସ୍ଥାନରେ ଏକ୍ସପ୍ରେସ୍‌ େଓ୍ଵକୁ ଅବରୋଧ କରିବାରୁ

ସକାଳ ୬ଟାରୁ ବନ୍ଦ ପାଳନ ହୋଇଥିଲା। ବନ୍ଦକୁ ସମର୍ଥନ ଜଣାଇ ପ୍ରତ୍ୟେକ ବର୍ଗର ଲୋକ ରାସ୍ତାକୁ ଓହ୍ଲାଇଥିଲେ। ସୁନ୍ଦରଗଡ଼ର ସମସ୍ତ ୩ଟି ପ୍ରବେଶ ପଥ ରାଣୀ ବଗିଚା, କିରେଇ ଓ ସରକାରୀ ମହାବିଦ୍ୟାଳୟ ସ୍ଥିତ ବାଇପାସ୍‌କୁ ଅବରୋଧ କରାଯାଇଥିଲା। ଟାୟାର ରଖି ରାସ୍ତାକୁ ବନ୍ଦ କରିଦେଇଥିଲେ। ଫଳରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ଏହାସହ ଆଜି ଦିନସାରା ସୁନ୍ଦରଗଡ଼ ସହରର ଦୋକାନ ବଜାର ବନ୍ଦ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe