ସୁନ୍ଦରଗଡ଼ ବଡ଼ ଡାକ୍ତରଖାନା ଡାକ୍ତରଙ୍କୁ ମାଡ଼:ରାତିରେ ଜରୁରୀ ସେବା ବନ୍ଦ କଲେ ଡାକ୍ତର,ରୋଗୀଙ୍କ ୨ ସମ୍ପର୍କୀୟ ଗିରଫ

ସୁନ୍ଦରଗଡ଼ ସରକାରୀ ବଡ଼ ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ। ଜରୁରୀ ସେବାରେ ଥିବା ଜଣେ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ସେବାରେ ସାମାନ୍ୟ ବିଳମ୍ବକୁ ନେଇ ମାଡ଼ ମାରିଥିବା ଅଭିଯୋଗ କରି ଡାକ୍ତର ମାନେ ରାତିରେ ସାମୁହିକ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ....

Doctor stopped emergency services at night

Doctor stopped emergency services at night

ସୁନ୍ଦରଗଡ଼: ସୁନ୍ଦରଗଡ଼ ସରକାରୀ ବଡ଼ ଡାକ୍ତରଖାନାରେ  ଡାକ୍ତରଙ୍କୁ ମାଡ଼ ଅଭିଯୋଗ।  ଜରୁରୀ ସେବାରେ ଥିବା ଜଣେ  ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ  ସେବାରେ ସାମାନ୍ୟ ବିଳମ୍ବକୁ ନେଇ ମାଡ଼ ମାରିଥିବା ଅଭିଯୋଗ କରି ଡାକ୍ତର ମାନେ ରାତିରେ ସାମୁହିକ କାର୍ଯ୍ୟ ବନ୍ଦ  ଆନ୍ଦୋଳନକୁ ଓହ୍ଲାଇଥିଲେ।  ଡାକ୍ତର ଓ ଛାତ୍ରମାନେ ବହର୍ବିଭାଗ ଓ ଜରୁରୀ  ସେବା ବନ୍ଦ କରିଦେଇଥିଲେ ।

 କିଞ୍ଜିରକେଲା ଅଞ୍ଚଳର ଦୁଇଜଣ ଯୁବକ ଜଣେ ରୋଗୀଙ୍କୁ  ନେଇ ଡାକ୍ତରଖାନାକୁ ଆସିଥିଲେ।  ସେତେବେଳେ  ଜରୁରୀ ସେବା କକ୍ଷରେ ଥିବା ଭେଷଜ ବିଭାଗ ଡାକ୍ତର ଚନ୍ଦ୍ରଶେଖର ସୁବୁଦ୍ଧି  ରୋଗୀଙ୍କୁ ଦେଖି ଅସ୍ଥି ଶଲ୍ୟ ଚିକିତ୍ସକ ଦେଖିବେ ବୋଲି କହିବା ସହ ଡାକ୍ତରଙ୍କୁ ଡାକିଥିଲେ। କିନ୍ତୁ ଡାକ୍ତରଙ୍କୁ ଡାକିବାରେ ସାମାନ୍ଯ ବିଳମ୍ବ ହେବାରୁ  ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ ସାର୍ଟ କଲର୍ ଟାଣି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ  ଡାକ୍ତରଖାନାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ସେଠାରେ  ଅତିରିକ୍ତ ଏସପି ଶାନ୍ତା ନୂତନ ସାମଦ, ସଦରଥାନା ଅଧିକାରୀ ସସ୍ମିତା ଦେବତାଙ୍କ ସହ ପୁଲିସ ପହଞ୍ଚି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ସହ ଆଗକୁ ଡାକ୍ତରମାନଙ୍କ ସୁରକ୍ଷା ଦାୟିତ୍ବ ନିଆଯିବ ବୋଲି ପ୍ରତିଶ୍ରୁତି  ଦେଲା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

ଏହା ପରେ ପୁଲିସ ଦୁଇ ଆକ୍ରମଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା  ସୁନ୍ଦରଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି। ଏହାପରେ ଡାକ୍ତରଖାନାରେ ସ୍ଥିତି ସ୍ବାଭାବିକ ରହିଥିବା କୁହାଯାଉଛି।

ଡମ୍ବରୁଧର ନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe