ପଞ୍ଜାବୀ ଆଲବମରେ ସୁନ୍ଦରଗଡ଼ ଅଭିନେତାଙ୍କ ଚମକ 

Advertisment
ପଞ୍ଜାବୀ ଆଲବମରେ ସୁନ୍ଦରଗଡ଼ ଅଭିନେତାଙ୍କ ଚମକ 

ସୁନ୍ଦରଗଡ଼: ପଂଜାବର ଚଣ୍ଡିଗଡ଼ରେ ଚମକ ଦେଖାଇବେ ସୁନ୍ଦରଗଡ଼ ଜିଲ୍ଲା ଏକ ନିପଟ ଗାଁର ପୁଅ ଲାଲାଂଶୁ। ନିଜ ପ୍ରସ୍ତତ ପଞ୍ଜାବୀ ଆଲବମରେ ଦେଖିବାକୁ ମିଳିବ ତାଙ୍କ ଅଭିନୟର ଯାଦୁ। ୧୬ ତାରିଖରେ ଚଣ୍ଡିଗଡ଼ ଠାରେ ମୁକ୍ତିଲାଭ କରିବ ତାଙ୍କ ପ୍ରଥମ ଆଲବମ୍ ‘ନୂର’

publive-image

ହେମଗିରି ବ୍ଲକ ଗୋପାଳପୁରର ରହୁଥିବା ନବୀନ ଚନ୍ଦ୍ର ବାଘ ଓ ମା ମନ୍ଦାକିନୀ ବାଘଙ୍କ ମଝିଆ ପୁଅ ଲାଲାଂଶୁ ଶେଖର ବାଘଙ୍କ ପିଲା ବେଳୁ ଗୀତ ଲେଖିବା ଓ ତାକୁ ନିଜେ ସଂଗୀତ ଦେଇ ଗାଇବାରେ ଅସମ୍ଭବ ଝୁଙ୍କ ଥିଲା।ତେବେ ଏଠାରେ ତାଙ୍କୁ ବିଶେଷ ସୁଯୋଗ ମିଳିନଥିଲା। ପରେ ଉଚ୍ଚଶିକ୍ଷା ପାଇଁ ଚଣ୍ଡିଗଡ଼ସ୍ଥିତ ଲଭଲି ପ୍ରଫେସନେଲ ୟୁନିଭର୍ସିଟିରେ ପାଠ ପଢ଼ୁଥିବା ଲାଲାଂଶୁଙ୍କୁ ପର ରାଜ୍ଯରେ ସେ ସୁଯୋଗ ଜୁଟିଲା। ସେ ପ୍ରଥମେ କେତେକ ୟୁଟ୍ୟୁବ ଚ୍ୟାନେଲରେ ନିଜ ସଂଗୀତର ଗୀତ ଓ ଅଭିନୟକୁ ଛାଡି ଲୋକଙ୍କ ଧ୍ଯାନ ଆକର୍ଷଣ କରିଥିଲେ। ଯାହା ଲୋକଙ୍କୁ ବେଶ ପସନ୍ଦ ହୋଇଥିଲା। ଧିରେ ଧିରେ ସେଠାରେ ଲୋକପ୍ରିୟ ହୋଇଯାଇଥିଲେ। ତାଙ୍କର ପରିଶ୍ରମ ଓ ଲୋକପ୍ରିୟତାକୁ ଦେଖି ଚଣ୍ଡିଗଡ଼ର କେତେକ ଅଗ୍ରଣୀ ସଂଗୀତ ଅନୁଷ୍ଠାନ ତାଙ୍କୁ ସହଯୋଗ କରିଥିଲେ। ଯାହା ତାଙ୍କୁ ଆଲବମ୍ ଦୁନିଆରେ ପ୍ରବେଶ ପାଇଁ ସୁଯୋଗ ଆଣିଦେଲା। ତାର ଫଳସ୍ବରୂପ ଲାଲାଂଶୁଙ୍କ ପଞ୍ଜାବୀ ଆଲବମ୍ ‘ନୂର’ ମୁକ୍ତିଲାଭ କରିବାକୁ ଯାଉଛି।

publive-image

ଏବେ ଚଣ୍ଡିଗଡ଼ର ବିଭିନ୍ନ ସ୍ଥାନରେ ବ୍ୟାନର, ହୋର୍ଡିଂ ଜରିଆରେ ଚାଲିଛି ଏହାର ପ୍ରଚାର। ଏହି ଆଲବମରେ ଖୋଦ ଲାଲାଂଶୁ ନିଜ ଗୀତକୁ ନିଜେ ସଂଗୀତ ଦେଇ ଗାଇଥିଲା ବେଳେ ଅଭିନୟ ମଧ୍ଯ କରିଛନ୍ତି। ଗୀତକୁ ମିକ୍ସ କରିଛନ୍ତି ମନ୍ନ ଧୀଲନ, ଗୀତର ନିର୍ଦେଶନା ଦେଇଛନ୍ତି ସରବଜିତ ସୋହାଲ। ଅନ୍ୟ ରାଜ୍ୟରେ ସୁନ୍ଦରଗଡ଼ର ଲାଲାଂଶୁଙ୍କ ଏହି ସଂଗୀତ ଆଲବମ ପାଇଁ ଓଡିଶା ସମେତ ସୁନ୍ଦରଗଡ଼ର କଳାପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe