୭୦ ଲକ୍ଷରେ ଘର ସଜାଇବା ମହଙ୍ଗା ପଡ଼ିଲା, ବଦଳିଲେ ସୁନ୍ଦରଗଡ଼ ଜିଲ୍ଲାପାଳ

Advertisment

ଢେଙ୍କାନ‌ାଳ, ସୁନ୍ଦରଗଡ଼ ଓ ସୋନପୁରରେ ନୂଆ ଜିଲ୍ଲାପାଳ

ଢେଙ୍କାନ‌ାଳ, ସୁନ୍ଦରଗଡ଼ ଓ ସୋନପୁରରେ ନୂଆ ଜିଲ୍ଲାପାଳ

୭୦ ଲକ୍ଷରେ ଘର ସଜାଇବା ମହଙ୍ଗା ପଡ଼ିଲା, ବଦଳିଲେ ସୁନ୍ଦରଗଡ଼ ଜିଲ୍ଲାପାଳ

facebook.com

ଭୁବନେଶ୍ବର : ୭୦ ଲକ୍ଷ ଟଙ୍କାରେ ସରକାରୀ ବଙ୍ଗଳାକୁ ସଜାଇବା ମହଙ୍ଗା ପଡ଼ିଛି ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କୁ। ସୁନ୍ଦରଗଡ଼ରେ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇବାର ମାତ୍ର ଚାରି ମାସ ପରେ ଆଜି ସରକାର ତାଙ୍କୁ ସେଠାରୁ ବଦଳି କରିଦେଇଛନ୍ତି। ତାଙ୍କୁ ନିୟୋଜନ ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହ ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି।

୨୦୧୦ ବ୍ୟାଚ୍ ଅଫିସର୍ ରଶ୍ମିତା ପଣ୍ଡା ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇବା ପୂର୍ବରୁ ରାଉରକେଲା ସ୍ମାର୍ଟ ସିଟି ସିଇଓ, ରାଉରକେଲା ମହାନଗର ନିଗମର କମିସନର୍ ଓ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ। ଏହି ଦାୟିତ୍ବ ସହ ସରକାର ତାଙ୍କୁ ଗତ ଫେବ୍ରୁଆରି ୧୮ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିଲେ। ତେବେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ତାଙ୍କ ସରକାରୀ ବଙ୍ଗଳାର ନବୀକରଣ ପାଇଁ ପାଖାପାଖି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଥିଲା। ଖୋଲା ଟେଣ୍ଡର୍ ଡକା ନ ଯାଇ ଏତେ ପରିମାଣର ଅର୍ଥ ଖର୍ଚ୍ଚ କରାଯିବା ନେଇ ପ୍ରଶ୍ନ ଉଠିଥିଲା। ଏହାକୁ ନେଇ ସବୁଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସରକାର ମଧ୍ୟ ସମାଲୋଚିତ ହୋଇଥିଲେ। ସେଥି ପାଇଁ ସରକାର ତାଙ୍କୁ ତୁରନ୍ତ ସେଠାରୁ ବଦଳାଇ ଦେଇଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି।

ଢେଙ୍କାନାଳ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସୁନ୍ଦରଗଡ଼ର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲାପାଳ, ଗୃହ ବିଭାଗର ଯୁଗ୍ମ ସଚିବ ମନିଷା ବାନାର୍ଜୀଙ୍କୁ ସୋନପୁର ଜିଲ୍ଲାପାଳ ଏବଂ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ସିଇଓ ପାଟିଲ ରାଜେଶ ପ୍ରଭାକରଙ୍କୁ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe