ଏମିତି ପଦାକୁ ଆସିଲା ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଏବଂ ବଳପୂର୍ବକ ଗର୍ଭପାତ କରିବା ଘଟଣା

ପୀଡ଼ିତାଙ୍କୁ କ୍ଷମା ମାଗିଲେ ପୁଲିସ ଡିଜି

ଏମିତି ପଦାକୁ ଆସିଲା ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଏବଂ ବଳପୂର୍ବକ ଗର୍ଭପାତ କରିବା ଘଟଣା

ରାଉରକେଲା :ଗତ ଜୁନ୍‌ ୧୪ ତାରିଖ ରାତି ୧୦ଟାରେ ବୀରମିତ୍ରପୁର ବସ୍‌ଷ୍ଟାଣ୍ଡରୁ ପୀଡ଼ିତା ନାବାଳିକାକୁ ବୀରମିତ୍ରପୁର ପୁଲିସ ଉଦ୍ଧାର କରିଥିଲା। ଥାନାକୁ ଆଣି ପଚରାଉଚୁରା କରିବା ପରେ ନାବାଳିକା ଜଣକ ଅଢ଼େଇ ମାସର ଗର୍ଭବତୀ ଥିବା କହିଥିଲେ। ତେବେ କଥା ଲୁଚାଇବାକୁ ଥାନା ଅଧିକାରୀ ଆନନ୍ଦ ମାଝି ଏ ସଂକ୍ରାନ୍ତରେ ସିଡବ୍ଲ୍ୟୁସିକୁ କିଛି ନ କହି ନାବାଳିକାଙ୍କୁ ବୀରମିତ୍ରପୁର ସିଏଚ୍‌ଏସ୍‌ସିରେ ଭର୍ତ୍ତି କରିଥିଲେ ଏବଂ ନିଜର କ୍ଷମତା ପ୍ରୟୋଗ କରି ଡାକ୍ତରଙ୍କ ସହ ଭିତିରି ସଲାସୁତୁରା କରି ରାତାରାତି ନାବାଳିକାଙ୍କୁ ଗର୍ଭପାତ କରାଇଥଲେ। ପରଦିନ ଅର୍ଥାତ୍‌ ୧୫ ତାରିଖ ସକାଳେ ନାବାଳିକାଙ୍କୁ ବିଶ୍ରାସ୍ଥିତ ଚାଇଲ୍‌ଡ ଲାଇନରେ ଛାଡ଼ି ଦିଆଯାଇଥିଲା। ତେବେ ଚାଇଲ୍‌ଡଲାଇନରେ ନାବାଳିକା ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ବିଶ୍ରାସ୍ଥିତ ଗୋ‌ଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରୀକ୍ଷା ପାଇଁ ନିଆଯାଇଥିଲା। ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନାବାଳିକା ଗର୍ଭବତୀ ଥିବା ଚାଇଲ୍‌ଡ ଲାଇନ ଟିମ୍‌ ସୂଚନା ଦେଇଥିଲେ।

publive-image India Today

୧୬ ତାରିଖ ଅପରାହ୍ନରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ସୁନ୍ଦରଗଡ ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଶ୍ରୀବନ୍ତ ଜେନା ଚାଇଲ୍‌ଡ ଲାଇନ ପରିଦର୍ଶନରେ ଯାଇଥିବାବେଳେ ଅସୁସ୍ଥ ନାବାଳିକାଙ୍କୁ ଦେଖି ଏ ନେଇ ଚାଇଲ୍‌ଡ ଲାଇନ ସଦସ୍ୟାଙ୍କ ସହ କଥା ହୋଇଥିଲେ ଏବଂ ତୁରନ୍ତ ରାଉରକେଲା ସରକାରୀ ହସ୍ପି‌ଟାଲରେ ଭର୍ତ୍ତି କରିବାକୁ ଡିସିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିଦିନ ସଂଧ୍ୟାରେ ଚାଇଲ୍‌ଡ ଲାଇନ ଟିମ୍‌ ଓ ଡିସିପିଓ ନାବାଳିକାଙ୍କୁ ରାଊରକେଲା ସରକାରୀ ହସ୍ପିଟାଲର ସଟ୍‌ଷ୍ଟେ ହୋମ୍‌ରେ ଭର୍ତ୍ତି କରିଥିଲେ। ଏ ସମ୍ପର୍କିତ ଖବର ବାରମ୍ବାର ସମ୍ବାଦରେ ପ୍ରକାଶ ପାଇବା ପରେ ସୁନ୍ଦରଗଡ ଏସ୍‌ପି ସୌମ୍ୟା ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ମହିଳା ଡିଏସ୍‌ପି ଜ୍ୟୋତ୍ସ୍ନାମୟୀ ପ୍ରଧାନଙ୍କ ନେତୃତ୍ବର ତଦନ୍ତ ଟିମ୍‌ ଗଠନ ହୋଇଥିଲା। ଡିଏସ୍‌ପି ଜ୍ୟୋତ୍ସ୍ନାମୟୀ ପ୍ରଧାନଙ୍କ ନେତୃତ୍ବରେ ୩ ଜଣିଆ ପୁଲିସ ଟିମ୍‌ ବୀରମିତ୍ରପୁର ଥାନାରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ୨୩ ଜୁନ୍‌ରେ ଡିସିପିଓ ଶ୍ରୀବନ୍ତ ଜେନା ରାଏବୋଗା ଥାନାରେ ଥାନା ବଡବାବୁ, ଥାନାର ଅନ୍ୟ ଜଣେ ସବ୍‌ଇନ୍ସପେକ୍ଟର, ବୀରମିତ୍ରପୁର ସିଏଚ୍‌ସିର ଡାକ୍ତର, ଦୁଇ ବନ୍ଧୁ ସମେତ ସାବତ ବାପାଙ୍କ ନାଁରେ ମାମଲା ରୁଜୁ କରିଥିଲେ।

publive-image

ପୀଡ଼ିତାଙ୍କୁ କ୍ଷମା ମାଗିଲେ ପୁଲିସ ଡିଜି
ବୀରମିତ୍ରପୁର ଥାନାର ଆଇଆଇସି ଥିବା ଶ୍ରୀ ମାଝୀ ୩ ମାସ କାଳ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ବାରମ୍ବାର ଥାନା ଭିତରେ ଦୁଷ୍କର୍ମ କରିବା ଭଳି ଘୃଣ୍ୟ କାମ କରିଥିବ ଖବର ପଦାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ନେଇ ରାଜନୀତି ବି ଜୋର ଧରିଥିଲା। ଗତ ୨୩ ତାରିଖରେ ଶ୍ରୀ ମାଝୀଙ୍କ ବିରୋଧରେ ରାଇବଗା ଥାନାରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ଏବଂ ୨୬ ତାରିଖରେ ପୁଲିସ ଡିଜି ଅଭୟ ତାଙ୍କୁ ନିଲମ୍ବିତ କରିଥିଲେ। ତେବେ ନିଲମ୍ବିତ ଆଇଆଇସିଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର ଏବଂ ଗିରଫ କରିବାକୁ ଦାବି ଉଠିଥିଲା। ଶେଷରେ ଆଜି ସକାଳ ପ୍ରାୟ ୯ଟା ବେଳେ ପୁଲିସ ଡିଜି ଅଭୟ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। ତେବେ ଏଭଳି ଏକ ଲଜ୍ଜାଜନକ ଓ ଅମାନୁଷିକ ଘଟଣା ରାଜ୍ୟ ପୁଲିସ ବିଭାଗର ଭାବମୂର୍ତ୍ତିରେ କଳଙ୍କ ବୋଳି ଦେଇଥିବାରୁ ଆଜି ପୁଲିସ ଡିଜି ଅଭୟ ଟୁଇଟ୍ କରି ସମ୍ପୃକ୍ତ ଆଇଆଇସିଙ୍କ କାର୍ଯ୍ୟକଳାପ ଲଜ୍ଜାଜନକ ଏବଂ ଏଥିପାଇଁ ସମ୍ପୃକ୍ତ ପୀଡ଼ିତା ନାବାଳିକାଙ୍କୁ କ୍ଷମା ମାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe