ସୁନ୍ଦରଗଡ଼ ‘ନବଜୀବନ’ର ସ୍ମୃତିସଭା: ‘ମିହିର ଓ ମଙ୍ଗଳୁ ଥିଲେ କଳା ଜଗତର ମାଇଲ୍ ଖୁଣ୍ଟ’

Advertisment
ସୁନ୍ଦରଗଡ଼ ‘ନବଜୀବନ’ର ସ୍ମୃତିସଭା: ‘ମିହିର ଓ ମଙ୍ଗଳୁ ଥିଲେ କଳା ଜଗତର ମାଇଲ୍ ଖୁଣ୍ଟ’

ସୁନ୍ଦରଗଡ଼ : ‘କିମ୍ବଦନ୍ତୀ ସିନେ ଅଭିନେତା ମିହିର ଦାସ ଓ ସୁସାହିତ୍ୟିକ, ନାଟ୍ୟକାର ତଥା ପ୍ରସିଦ୍ଧ ‘ଭୁଖା’ ଚଳଚ୍ଚିତ୍ରର କାହାଣୀକାର ମଙ୍ଗଳୁ ଚରଣ ବିଶ୍ୱାଳ କଳାଜଗତର ମାଇଲ୍ ଖୁଣ୍ଟ ଥିଲେ। ତାଙ୍କ ଅବର୍ତ୍ତମାନରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ବିରାଟ ଶୂନ୍ୟତା ସୃଷ୍ଟି ହୋଇଯାଇଛି’ ବୋଲି ବୁଧବାର ସ୍ଥାନୀୟ ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟାଳୟ ପରିସରରେ ସୁନ୍ଦରଗଡ଼ ‘ନବଜୀବନ’ ସଂସ୍ଥା ପକ୍ଷରୁ ଦୁଇ ଦିବଂଗତ କଳାକାରଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସଂସ୍ଥା କର୍ମକର୍ତ୍ତା ଓ କଳାକାରମାନେ ମତବ୍ୟକ୍ତ କରିଛନ୍ତି।

ପ୍ରଥମେ ସ୍ୱର୍ଗତ ମିହିର ଦାସ ଓ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ଫଟୋଚିତ୍ରରେ ଦୀପପୁଷ୍ପ ଦେଇ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ ସମରେନ୍ଦ୍ର ଠାକୁରଙ୍କ ସଂଯୋଜନାରେ ପ୍ରଦୀପ ଭୋଳ, ଗୋପାଳ ପୃଷେଠ, ଅଜୟ ବହିଦାର, ମନୋରଞ୍ଜନ ଦାସ, ଅନୀଳ ପଟେଲ, ଜୟଦେବ ପାତ୍ର, ଟଙ୍କଧର ତ୍ରିପାଠୀ, ରୀତା ସାହୁ, ଲକ୍ଷ୍ମୀପ୍ରଭା ପତି, କୁମୁଦ ପଣ୍ଡା, ମନୋଜ ମହାରଣା, ସନ୍ତୋଷ ପଟେଲ, ପ୍ରଭାତ ଭୋଳ, ଆଶିଷ ଦାସ, ଡମ୍ବରୁଧର ନାୟକ ପ୍ରମୁଖ ସ୍ବର୍ଗତ ଦାସ ଓ ସ୍ବର୍ଗତ ବିଶ୍ବାଳଙ୍କ ଅମର କୃତୀ ଓ ବିରଳ ଜୀବନ ଚରିତ୍ର ସମ୍ପର୍କରେ ଆଲୋକପାତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe