ସୁନ୍ଦରଗଡ଼ ଅସ୍ତ୍ରାଗାର ଲୁଟ୍‌ ମାମଲା : ରିମାଣ୍ଡରେ ଆସିବ ଗୁଲସନ୍

Advertisment

ସମ୍ବାଦରେ ରିପୋର୍ଟ ପରେ ତନାଘନା କଲେ ଡିଜି, ବିଭାଗୀୟ ତଦନ୍ତ ଆରମ୍ଭ କଲେ ଆଡସିନାଲ ଏସ୍‌ପି

ସମ୍ବାଦରେ ରିପୋର୍ଟ ପରେ ତନାଘନା କଲେ ଡିଜି, ବିଭାଗୀୟ ତଦନ୍ତ ଆରମ୍ଭ କଲେ ଆଡସିନାଲ ଏସ୍‌ପି

ସୁନ୍ଦରଗଡ଼ ଅସ୍ତ୍ରାଗାର ଲୁଟ୍‌ ମାମଲା : ରିମାଣ୍ଡରେ ଆସିବ ଗୁଲସନ୍

ଭୁବନେଶ୍ବର : ସୁନ୍ଦରଗଡ଼ ଜିଲ୍ଲା ପୁଲିସର ଅସ୍ତ୍ରାଗାର ଲୁଟ୍‌ ମାମଲାକୁ ନେଇ ସମ୍ବାଦରେ ପ୍ରକାଶ ପାଉଥିବା ରି‌ପୋର୍ଟକୁ ଭିତ୍ତିକରି ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଏହି ପ୍ରସଙ୍ଗରେ ଆଜି ପୁଲିସ ମହାନିେର୍ଦଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ହସ୍ତକ୍ଷେପ କରିବା ସହିତ ଅଭିଯୁକ୍ତ କନଷ୍ଟେବଲ ଗୁଲସନ କିେରାକୁ ଅଧିକ ଜେରା କରିବାର ଆବଶ୍ୟକତା ଥିବା ଅନୁଭବ କରିଛନ୍ତି। କେଉଁ ପରିସ୍ଥିତିରେ ଗୁଲସନ ଅସ୍ତ୍ରାଗାରରୁ ଗୁଳି େଚାରି କରିବା ପାଇଁ ଚିନ୍ତା କଲା, ଅର୍ଥାଭାବରେ ପଡି କୌଣସି ବାହ୍ୟ ଅପରାଧୀଙ୍କ ପାଇଁ େସ କାମ କରୁଛି କି, ଏମିତି କିଛି ପ୍ରଶ୍ନର ଉତ୍ତର େଖାଜାଯିବ। ଏଥିପାଇଁ ଅଭିଯୁକ୍ତ ଠିକା କନ୍‌ଷ୍ଟେବଲ ଗୁଲସନ କିରୋକୁ ପୁଲିସ ରିମାଣ୍ଡରେ ଆଣିବ।ଆଜି ପୁଲିସ ଡିଜି କହିଛନ୍ତି, ଅଭିଯୁକ୍ତ ଅସ୍ତ୍ରାଗାରରୁ ପୂର୍ବରୁ କେବେ ଗୁଳିଗୋଳା କିମ୍ବା ମାଗାଜିନ୍‌ ଚୋରି କରିଛି କି ନାହିଁ ତାର ବି ଖୋଳତାଡ଼ ହେବ। ଏଥିପାଇଁ ଖୁବ୍ ଶୀଘ୍ର ପୁଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯିବ। ରିମାଣ୍ଡ ମିଳିବା ପରେ ଅଭିଯୁକ୍ତ ଗୁଲସନକୁ ପଚରାଉଚରା କରାଯିବ।

ସମ୍ବାଦରେ ରିେପାର୍ଟ ପ୍ରକାଶ ପରେ ପୁଲିସ ଡିଜି ଶ୍ରୀ ଶର୍ମା ସ୍ବୀକାର କରିଛନ୍ତି େଯ ୨୦୧୫ ମସିହାରେ ଅଭିଯୁକ୍ତ କନ୍‌ଷ୍ଟେବଲ ଗୁଲସନ ଠିକାରେ ନିଯୁକ୍ତି ପାଇଥିଲା। କିନ୍ତୁ ସେ ଠିକ ଭାବେ ଡ୍ୟୁଟି ନ କରିବାରୁ ତାର ଦରମା ବନ୍ଦ କରି ଦିଆଯାଇଥିଲା। ଗତ ମାସ ୨୪ ତାରିଖରେ ପୁଲିସ ବାରାକରେ ଭୋଜି ଚାଲିଥିବାବେଳେ ଅଭିଯୁକ୍ତ କନ୍‌ଷ୍ଟେବଲ ଗୁଲସନ ଅସ୍ତ୍ରାଗାର ଭିତରୁ ୪ଟି ଏସ୍‌ଏଲ୍‌ଆର୍‌ର, ୪ଟି ମାଗାଜିନ ଚୋରାଇଥିଲା। ଯେଉଁଥିରେ ୬୦ଟି ଗୁଳି ଥିଲା। ଏ ନେଇ ଥାନାରେ ରିଜର୍ଭ ଇନ୍ସପେକ୍ଟର ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ଼ କରି ଅଭିଯୁକ୍ତ କନଷ୍ଟେବଲ ଗୁଲସନକୁ ଗିରଫ କରିବା ସହିତ ସମସ୍ତ ଗୁଳି ଜବତ ହୋଇଥିଲା। ଏବେ ସୁଦ୍ଧା ପୁଲିସ ତଦନ୍ତରୁ ଯାହା ଜଣାପଡ଼ୁଛି ଏଥିରେ ଅନ୍ୟ କାହାର ସଂପୃକ୍ତି ନାହିଁ। ସେ ଗୁଳିଗୋଳା କାହାକୁ ପଠାଇ ନାହିଁ। ତଥାପି ତଦନ୍ତ ଜାରି ରହିବ। ତେଣୁ ଜିଲ୍ଲା ଅସ୍ତ୍ରାଗାରରେ ଥିବା ଷ୍ଟକ ଯାଞ୍ଚ କରିବାକୁ ଡିଆଇଜିଙ୍କୁ ନି‌ର୍ଦେଶ ହୋଇଛି ବୋଲି ଡିଜି ଶ୍ରୀ ଶର୍ମା କହିଛନ୍ତି।ସେହିପରି ଘଟଣା ଦିନ ଅସ୍ତ୍ରାଗାର ସୁରକ୍ଷା ଦାୟିତ୍ବରେ ଥିବା ୩ ଜଣ ହାବିଲଦାର ଓ ୨୦ ଜଣ କନ୍‌ଷ୍ଟେବଲଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଏଥିପାଇଁ ବିଭାଗୀୟ ତଦନ୍ତ ପାଇଁ ନି‌ର୍ଦେଶ ହୋଇଛି। ଆଡିସନାଲ ଏସ୍‌ପି ଘଟଣା ତଦନ୍ତ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଡିଜି ଶର୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe