ସୁନ୍ଦରଗଡ଼: ବାଇକ୍‌ରେ ବିଜା କାଠ ଚୋରା ଚାଲାଣ: ଦୁଇ ଯୁବକଙ୍କୁ ଗିରଫ କଲେ ବନକର୍ମଚାରୀ

ସୁନ୍ଦରଗଡ଼: ବାଇକ୍‌ରେ ବିଜା କାଠ ଚୋରା ଚାଲାଣ: ଦୁଇ ଯୁବକଙ୍କୁ ଗିରଫ କଲେ ବନକର୍ମଚାରୀ

ସୁନ୍ଦରଗଡ଼: ଆଜି ପାହାନ୍ତାରେ ରାଉଲଡେଗା ବନଖଣ୍ଡ ଅଞ୍ଚଳ ରାସ୍ତାରେ ୬ ଖଣ୍ଡ ବିଜା କାଠ ପଟ ଏକ ବାଇକ୍‌ରେ ଚୋରା ଚାଲାଣ କରୁଥିବା ଦୁଇ ଜଣ ଯୁବକ ବନ କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି।

ଗିରଫ ଦୁଇ ଯୁବକ ହେଲେ ମଗରକୁଣ୍ଡ ଗାଁ’ର ୨୩ ବର୍ଷିୟ ଅଞ୍ଜିତ ବର୍ଷାତିଆ ଏବଂ ୩୫ ବର୍ଷିୟ ବିଶ୍ୱେସ୍ୱର ବର୍ଷାତିଆ। ଭୋର୍‌ ସାଢ଼େ ୩ଟା ବେଳେ ଉଭୟ ହିରୋ ଏଚ୍‌ଏଫ୍‌ ଡିଲକ୍ସ୍‍ ବାଇକ୍‌ ନମ୍ବର ଓଡି-୧୬-ବି୮୯୭୦ରେ କାଠ ବୋହି ବିକ୍ରୟ କରିବାକୁ ଲୁଲ୍‌କିଡିହି ନେବା ବେଳେ ଦାଣ୍ଡପାଣି ଛକ ଠାରେ ବନକର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ।

କାଠ ଚୋରା ଚାଲାଣ କରୁଛନ୍ତି ବୋଲି ଦୁହିଁଙ୍କ ନାଁ’ରେ ଅଭିଯୋଗ ଥିଲେ ବି କୌଣସି ମାମଲା ନ ଥିଲା। ଫରେଷ୍ଟ୍‍ ରେଞ୍ଜର୍‌ ରୁଣେନ୍ଦ୍ର କୁମାର ସ୍ୱାଇଁଙ୍କ ନିର୍ଦେଶରେ ଉଭୟଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖାଯାଇଥିଲା।

ଗ୍ରାହକମାନଙ୍କର ନାମ ଥିବା ଏକ ଡାଏରି ମଧ୍ୟ ସେମାନଙ୍କ ପାଖରୁ ମିଳିଛି। ଉଭୟଙ୍କୁ ଏବେ ବନବିଭାଗ କାର୍ଯ୍ୟାଳୟରେ ରଖା ଯାଇଛି। ପରେ ପରେ କିଞ୍ଜିରିକେଲା ଥାନାକୁ ପଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe