ଜାତୀୟ  କିକ୍ ବକ୍ସିଂ ପ୍ରତିଯୋଗିତାରେ ସୁନ୍ଦରଗଡ଼ର ପ୍ରୀତି

Advertisment
ଜାତୀୟ  କିକ୍ ବକ୍ସିଂ ପ୍ରତିଯୋଗିତାରେ ସୁନ୍ଦରଗଡ଼ର ପ୍ରୀତି

ସୁନ୍ଦରଗଡ଼:   ଜାତୀୟ ସ୍ତରୀୟ କିକ-ବକ୍ସିଂ ପ୍ରତିଯୋଗିତା ପାଇଁ କୁତ୍ରା ବ୍ଲକ  ପୁର୍କାପାଲି ପଞ୍ଚାୟତ ଲତାଲଗା ଗ୍ରାମର ପ୍ରୀତି ଟପ୍ପୋ ମନୋନୀତ ହୋଇଛନ୍ତି। କୋଲକାତା  ସତ୍ୟଜିତ ରାୟ ଇନଡୋର ଷ୍ଟାଡିୟମରେ ଜୁଲାଇ ୧୯ରୁ ୨୩ ଯାଏ ଆୟୋଜିତ ଏହି ପ୍ରତିଯୋଗିତାରେ ସେ  କୋଚ୍ ପୂଜା ତନ୍ତୀ ସହ ଭାଗ ନେବେ। ବରଙ୍ଗାକଛାର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏ ବର୍ଷ ଦଶମ ପାସ କରିଥିବା ପ୍ରୀତି  ୨୦୨୦ରେ 'ଅlଷ୍ଟେଡୋ ଆଖଡା' ଖେଳ ପାଇଁ ନାଗପୁରରେ ଜାତୀୟ  ପ୍ରତିଯୋଗିତାରେ ଭାଗ ନେଇ ରୌପ୍ୟ ପଦକ ହାସଲ କରିଥିଲେ।

ସୁନ୍ଦରଗଡ଼ ଜନ ସେବା ସମିତି ଯୋଗୀମlଲରେ ସେ ତାଲିମ ନେଉଥିଲେ। ଏହି ଅବସରରେ ଆଜି  କୁତ୍ରା ବ୍ଲକ ପ୍ରକୋଷ୍ଠରେ ପଞ୍ଚାୟତସମିତି ଅଧ୍ୟକ୍ଷା ଓ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଏହା ସହ ପ୍ରୀତି ଟପ୍ପୋଙ୍କୁ   ଓଡ଼ିଶା କିକ ବକ୍ସିଂ ସମ୍ପାଦକ ବିଚିତ୍ରl ନାରାୟଣ ଜେନା, ସଭାପତି କାର୍ତ୍ତିକ ଡlକୁଆ ଓ ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe