ସୁନ୍ଦରଗଡ଼: କାର୍‌-ଟ୍ରକ୍‌ ଦୁର୍ଘଟଣା ୨ ମୃତ; ୨ ଆହତ

Advertisment
ତିନି ବାଇକ୍‌ ମଧ୍ୟରେ ଧକ୍କା, ୪ ଆହତ

ସୁନ୍ଦରଗଡ଼: ୧୦ ନମ୍ବର ରାଜ୍ୟ ରାଜପଥର କରମଡ଼ିହି ନିକଟରେ ଗୋଟିଏ କାର୍‌ ଏବଂ ଗୋଟିଏ ଟ୍ରକ୍‌ ସାମ୍ନାସାମ୍ନି ଧକ୍କା ଲାଗିବାରୁ ୨ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୨ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି। ସମସ୍ତଙ୍କର ଆନୁମାନିକ ବୟସ ୨୪/ ୨୫ ବର୍ଷ ହୋଇ ପାରେ।

ଶନିବାର ରାତି ସାଢ଼େ ଏଗାରଟା ପରେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ମାରୁତି ସୁଜୁକିରେ ଦଦରାପାଲିର ସୂରଜ ପଟେଲ, ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଇକେରା ଥାନା ଅଧୀନ ଡୁଡୁକାବାହାଲର ମୁକେଶ ପଶାୟତ ଭସ୍ମାଗଡ଼ ଥାନା ଅନ୍ତର୍ଗତ କିଞ୍ଜିର୍‌ମା ଗାଁ’ର ଅଜିତ ପଶାୟତ ଏବଂ ଜମନକିରା ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁ’ର ନସିବ ମହାକୁଡ଼ ରାଉରକେଲାରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲେ। ବରୁଣ ଢ଼ାବା ସାମ୍ନାରେ ବିପରୀତ ପଟୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କ କାର୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମୁକେଶଙ୍କର ଦେହାନ୍ତ ହୋଇ ଯାଇଥିଲା।

ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୂରଜଙ୍କର ମୃତ୍ୟୁ ହୋଇ ଯାଇଥିଲା। ପରେ ସାଙ୍ଘାତିକ ଆହତ ଅଜିତ ଏବଂ ନସିବଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe