ଆଇଆଇଟି ପ୍ରବେଶିକାରେ ସୁନ୍ଦରଗଡ଼ କଲେଜ ଛାତ୍ରଛାତ୍ରୀ ସଫଳ

Advertisment
ଆଇଆଇଟି ପ୍ରବେଶିକାରେ ସୁନ୍ଦରଗଡ଼ କଲେଜ ଛାତ୍ରଛାତ୍ରୀ ସଫଳ

ସୁନ୍ଦରଗଡ଼: ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସୁନ୍ଦରଗଡ଼ କଲେଜ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଛନ୍ତି। ଯୋଗ୍ୟ ଛାତ୍ରଛାତ୍ରୀ ବିଭିନ୍ନ ଆଇଆଇଟିରେ ବିଜ୍ଞାନରେ ସ୍ନାତକୋତ୍ତର ପାଠ ପଢ଼ିବେ। ପ୍ରବେଶିକାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଇଆଇଟି ଖଡ଼ଗପୁର ପାଇଁ ଭୂତତ୍ତ୍ବ ବିଜ୍ଞାନର ସୌମ୍ୟଦୀପ ବରାଳ ଓ ଓମପ୍ରକାଶ ଭୋଳ, ଆଇଆଇଟି ଧାନବାଦ ପାଇଁ ସେହି ବିଭାଗର ଓମପ୍ରକାଶ ମହାନ୍ତ, ସୁମନ୍ତ କୁମାର ଖଟୁଆ, ସ୍ବପ୍ନା ସାହୁ, ଦେବୀପ୍ରସାଦ ନାୟକ, ଆଇଆଇଟି ଶିବପୁର ପାଇଁ କୈଳାସ ପାଢ଼ୀ ଓ ଆଇଆଇଟି ଭୁବନେଶ୍ବର ପାଇଁ  ଗଣିତ ବିଭାଗର ସତ୍ୟମ କୁମାର ପଟେଲ ରହିଛନ୍ତି।

ଏହି ସଫଳତା ପାଇଁ କଲେଜ ଅଧ୍ୟକ୍ଷ ଡ. ଲଳିତରଞ୍ଜନ ସାହୁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ବିଭାଗୀୟ ଅଧ୍ୟାପକ ଡ. ସୁଧିର କୁମାର ଦାଶ, ଅଧ୍ୟାପିକା ଡ. କୁମୁଦିନୀ ରାଉତରାୟ, ରଶ୍ମିତା ପୃଷ୍ଟି, ଆଲୋକ ନାଏକ, ଡେନସିରାଣୀ ନାୟକ ମାର୍ଗଦର୍ଶନକୁ ଏହାର ଶ୍ରେୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe