ବଡ଼ଚଣା ବ୍ଲକ୍‌ ହାଟକରନ୍ଦା ଗ୍ରାମର ୪୦ ଏକର ଜମିରେ ହେବ ସୂର୍ଯ୍ୟମୁଖୀ ଚାଷ

Advertisment
କୃଷି ବିଭାଗକୁ ଝଟ୍‌କା: ନାଫେଡ୍‌ର ମାତ୍ର ୨୨ ମେଟ୍ରିକ ଟନ୍‌ର ସୂର୍ଯ୍ୟମୁଖୀ ସଂଗ୍ରହ

Asia Farming

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ବନ୍ଦାଳ ପଞ୍ଚାୟତ ହାଟକରନ୍ଦା ଗ୍ରାମର ୪୦ ଏକର ଜମିରେ ସରକାରଙ୍କ ଆତ୍ମା ଯୋଜନାରେ ସୂର୍ଯ୍ୟମୁଖୀ ଫୁଲଚାଷ କରାଯିବ। ଏଥିପାଇଁ ଏହି ଗ୍ରାମର ଶତାଧିକ ଚାଷୀଙ୍କୁ ବ୍ଲକ୍‌ କୃଷି ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି। ବ୍ଲକ୍‌ କୃଷି ଅଧିକାରୀ ଲୋକନାଥ ମିଶ୍ର ଯୋଗଦେଇ ସୂର୍ଯ୍ୟମୁଖୀ ଚାଷକଲେ ଚାଷୀମାନେ କିଭଳି ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ ସେସମ୍ପର୍କରେ ଅବଗତ କରାଇଥିଲେ। ଏହି ଚାଷପାଇଁ ସରକାର ଚାଷୀମାନଙ୍କୁ ଏକର ପିଛା ୩୫୦୦ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାର ବ୍ୟବସ୍ଥା ଥିବା ଶ୍ରୀ ମିଶ୍ର କହିଥିଲେ।

ସୂଚନା ଯୋଗ୍ୟ ଯେ, ହାଟକରନ୍ଦା ଗ୍ରାମର ଚାଷୀମାନେ ମାତ୍ର ୬/୭ ଏକର ଜମିରେ ଗତ ୧୫ ବର୍ଷ ପୂର୍ବରୁ ସୂର୍ଯ୍ୟମୁଖୀ ଫୁଲଚାଷ କରି ଆସୁଥିଲେ। ଏବେ ସେ ଚାଷ ବନ୍ଦ ହୋଇଯାଇଛି। କୃଷି ବିଭାଗ ପକ୍ଷରୁ ପ୍ରୋତ୍ସାହନ ଦିଆଯିବା ପରେ ଏବେ ଚାଷୀମାନେ ପୁଣି ସୂର୍ଯ୍ୟମୁଖୀ ଫୁଲଚାଷ ପାଇଁ ଅଣ୍ଟା ଭିଡ଼ିଛନ୍ତି ବୋଲି ଗ୍ରାମର ଚାଷୀ ଧ୍ରୁବଚରଣ ପ୍ରଧାନ କହିଛନ୍ତି।

ପ୍ରକାଶ ଯେ, ମଞ୍ଜିବୁଣାର ୧୧୦ ଦିନ ପରେ ପାକଳ ଫୁଲକୁ ଚାଷୀମାନେ ସଂଗ୍ରହ କରି ତାହାକୁ ପେଡ଼ି ସେଥିରୁ ତେଲ ବାହାର କରିଥାନ୍ତି। ସୂର୍ଯ୍ୟମୁଖୀ ଫୁଲରେ ପ୍ରସ୍ତୁତ ରିଫାଇନ୍‌ ତେଲ ଶରୀର ପାଇଁ ହିତକର ହୋଇଥିବାରୁ ଏହି ତେଲର ବେଶ ଚାହିଦା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe