ଶ୍ରୀଅଙ୍ଗରେ ଲାଗିହେଲା ଫୁଲୁରି ତେଲ; ବର୍ଷକ ତଳୁ ପ୍ରସ୍ତୁତି ଆରମ୍ଭ କରେ ବଡ଼ ଓଡ଼ିଆ ମଠ

ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ। ଉପଶମ ପାଇଁ ସେବକ ଭେଟି ଦେଇଛନ୍ତି ଫୁଲୁରି ତେଲ। ଘଣାପେଡ଼ା ରାଶି ତେଲ ସାଙ୍ଗକୁ ଚେରମୂଳି ଓ ସୁବାସିତ ଫୁଲରେ ପ୍ରସ୍ତୁତ ହୋଇଛି ତେଲ।

dfdfcvcv

ପୁରୀ: ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ। ଉପଶମ ପାଇଁ ସେବକ ଭେଟି ଦେଇଛନ୍ତି ଫୁଲୁରି ତେଲ। ଘଣାପେଡ଼ା ରାଶି ତେଲ ସାଙ୍ଗକୁ ଚେରମୂଳି ଓ ସୁବାସିତ ଫୁଲରେ ପ୍ରସ୍ତୁତ ହୋଇଛି ତେଲ। ଅନବସରର ପଞ୍ଚମ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ତୈଳ ମର୍ଦ୍ଦନ କରାଯାଇଛି। ଅତିବଡ଼ୀ ଜଗନ୍ନାଥ ଦାସଙ୍କ ବଡ଼ ଓଡ଼ିଆ ମଠରୁ ଫୁଲ ମିଶ୍ରିତ ତେଲ ତଥା ଫୁଲୁରି ତେଲ ଆସିବା ପରେ ଏହାକୁ ଶ୍ରୀମନ୍ଦିରକୁ ନିଆଯାଇଛି। ମଠର ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀଙ୍କ କହିବା ମୁତାବକ, ଫୁଲୁରି ତେଲ ଗୋଟିଏ ବର୍ଷ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୁଏ। ପୂର୍ବବର୍ଷ ହେରାପଞ୍ଚମୀ ତିଥି ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କ ପାଇଁ ଉତ୍ସର୍ଗୀକୃତ ହୋଇ ରହିଥିବା ୩ଟି ଘଡ଼ିରେ କିଛି ଘଣାପେଡ଼ା ‌ରାଶି ତେଲ, ଔଷଧୀୟ ଚେରମୂଳି ଓ ସୁବାସିତ ତୈଳ ମିଶ୍ରିତ କରି ଏହାକୁ ମଠ ପରିସରରେ ଗାତ ଖୋଳି ପୋତି ଦିଆଯାଏ। ଦୈନନ୍ଦିନ ଏହାକୁ ଧୂପ ଦୀପ ଦେଇ ପୂଜା କରାଯାଇଥାଏ। ଫୁଲୁରି ତେଲ ପ୍ରସ୍ତୁତି ଗୁପ୍ତ ନୀତି ହୋଇଥିବାରୁ ମଠର ମଠାଧୀଶ ଓ ମଠର ପୁରୋଧାଙ୍କ ବ୍ୟତିରେକ ଅନ୍ୟ କେହି ଦେଖନ୍ତି ନାହିଁ। 

ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଏହାକୁ ମାଟି ତଳୁ ବାହାର କରାଯାଇ ଗୋଟିଏ ଘରେ ସାଇତି ରଖାଯାଏ। ଅନବସରର ପଞ୍ଚମ ଦିନ ହିଁ ଏହାକୁ ମହାପ୍ରଭୁଙ୍କୁ ଲାଗି ନିମନ୍ତେ ମଠ ପକ୍ଷରୁ ଶ୍ରୀମନ୍ଦିରକୁ ପଠାଇ ଦିଆଯାଏ। ସେଠାରେ ଚନ୍ଦନ, ଚୁଆ, କର୍ପୂର, କସ୍ତୁରୀ, କେଶର ମିଶ୍ରିତ ହେବା ପରେ ମହାପ୍ରଭୁଙ୍କୁ ଲାଗି କରାଯାଏ। ଅନବସରର ପଞ୍ଚମ ଦିନ ପଟିଦିଅଁଙ୍କ ନିକଟରେ ଦ୍ବିପ୍ରହର ଧୂପ ସରିବା ପରେ ବେହରଣ ଦ୍ବାର ଖୋଲିଥାଏ। ଦେଉଳ କରଣ ଓ ପତି ମହାପାତ୍ରଙ୍କ ଉପସ୍ଥିତିରେ ଫୁଲୁରି ତେଲ ପ୍ରଦାନ କରିଥାଆନ୍ତି ମଠ ମହନ୍ତ। ପତି ମହାପାତ୍ର ତାକୁ ସଂସ୍କାର କରିସାରିବା ପରେ ଚାରି ବାଡ଼ଗ୍ରାହୀମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପ କରାଯାଏ। ବଂଶୀଧର ଗୋସ୍ବାମୀ ୧୯୭୯ ମସିହାରୁ ଗୁରୁଙ୍କଠାରୁ ପ୍ରଶିକ୍ଷଣ ନେଇ ଏହି ସେବା ଆରମ୍ଭ କରିଥିଲେ ହେଁ ୧୯୯୩ ମସିହାରୁ ମଠାଧୀଶ ଭାବେ ସେ ଏହି କାର୍ଯ୍ୟ କରି ଆସୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe