ପୁରନ୍ଦେଶ୍ୱରୀ ବିଦା; ବଂଶଲଙ୍କୁ ଓଡ଼ିଶା ପ୍ରଭାରୀ ଦାୟିତ୍ୱ

Advertisment
ଭୁବନେଶ୍ୱରରେ ବିଜେପିର ନବନିଯୁକ୍ତ ପ୍ରଭାରୀ ସୁନୀଲ ବଂଶଲ: ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା

Deccan Herald

ଭୁବନେଶ୍ୱର: ରାଜ୍ୟ ବିଜେପିରେ ଦେଖାଦେଇଥିବା ସ୍ଥାଣୁତା ପ୍ରସଙ୍ଗରେ କେନ୍ଦ୍ରର ଦୋଷ ବେଶି ନାହିଁ। ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯେଉଁ ବାର୍ତ୍ତା ଦେଇଗଲେ, ତାହାକୁ ଏବେ ବଳ ମିଳିଛି। ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ରାଜ୍ୟ ସଂଗଠନକୁ ସଶକ୍ତ କରିବା କ୍ଷେତ୍ରରେ ବିଶେଷ ଉଦ୍ୟମ କରିନାହାନ୍ତି, ଏକଥା ସମ୍ଭବତଃ ଶ୍ରୀ ଶାହ ବୁଝିପାରିଛନ୍ତି। ପରିଣାମ ହେଲା, ଶ୍ରୀ ଶାହ ଓଡ଼ିଶା ଛାଡ଼ିବାର ୪୮ ଘଣ୍ଟା ଭିତରେ ବିଜେପି ରାଜ୍ୟ ପ୍ରଭାରୀଙ୍କୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ବଦଳାଇ ଦେଇଛନ୍ତି। ଡି. ପୁରନ୍ଦେଶ୍ବରୀଙ୍କ ଜାଗାରେ ଦଳର ଉତ୍ତର ପ୍ରଦେଶର ମହାମନ୍ତ୍ରୀ (ସଂଗଠନ) ସୁନୀଲ ବଂଶଲଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶ୍ରୀ ବଂଶଲଙ୍କୁ ନିଯୁକ୍ତି ଦେଇଥିବା ନେଇ ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। ଶ୍ରୀ ବଂଶଲ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ପ୍ରଭାରୀ ଭାବେ ମଧ୍ୟ କାର୍ଯ୍ୟ କରିବେ।

ବିଜେପି ଏହି ତିନିଟି ରାଜ୍ୟକୁ ଫୋକସ୍ କରୁଥିବା ବେଳେ ରାଜ୍ୟ ପ୍ରଭାରୀ ଭାବେ ଶ୍ରୀ ବଂଶଲ କେଉଁ ରାଜ୍ୟକୁ କେତେ ସମୟ ଦେବେ, କେଉଁଠି ସଂଗଠନକୁ ଅଧିକ ମଜଭୁତ୍ କରିବାକୁ ଚାହିଁବେ ତାହା ଉପରେ ନଜର ରହିବ। ତେବେ ଉତ୍ତରପ୍ରଦେଶ ନିର୍ବାଚନରେ ଉଭୟ ଶ୍ରୀ ବଂଶଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାଠି କାମ କରୁଥିବା ପରିପ୍ରେକ୍ଷୀରେ ଆଜିର ନିଯୁକ୍ତି ଆଗକୁ ରାଜ୍ୟରେ ନୂଆ ରାଜନୈତିକ ସଙ୍କେତର ଏକ ଅଂଶବିଶେଷ ବୋଲି କୁହାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe