୬ ବର୍ଷ ବାୟୁସେନା ବିମାନ ଉଡ଼ାଇଲେ ଓଡ଼ିଆ ପାଇଲଟ ସୁନୀତ ମହାନ୍ତି

୬ ବର୍ଷ ବାୟୁସେନା ବିମାନ ଉଡ଼ାଇଲେ ଓଡ଼ିଆ ପାଇଲଟ ସୁନୀତ ମହାନ୍ତି

ଭଂଜନଗର: ଭାରତୀୟ ବାୟୁସେନାର ବିମାନ ‘ଏଏନ୍‌-୩୨’ ନିଖୋଜ ହେବାର ୧୦ ଦିନ ପରେ ଏଥିରେ ଥିବା ସମସ୍ତ କ୍ରିୟୁ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଥିରେ ଥିବା ଓଡ଼ିଆ ପାଇଲଟ ସୁନୀତ ମହାନ୍ତି ବାୟୁସେନାରେ ୬ ବର୍ଷ ତଳେ ଯୋଗଦେଇଥିଲେ। ସୁନୀତ ୨୦୧୪ରେ ବାୟୁସେନାରେ ଯୋଗ ଦେଇଥିଲେ ବୋଲି ତାଙ୍କର ବାପା ତଥା ବାୟୁସେନାର ପୂର୍ବତନ କର୍ମଚାରୀ ସୁରେନ୍ଦ୍ର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

publive-image

ସୁନୀତ ୧୯୯୦ ନଭେମ୍ବର ୭ରେ ଚେନ୍ନାଇସ୍ଥିତ ମିଲିଟାରି ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ପରେ ସେ ଏୟାରଫୋର୍ସ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଝାଡ଼ଖଣ୍ଡର ଜାମସେଦପୁରସ୍ଥିତ ନ୍ୟାସନାଲ ଇଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜୀରୁ ବିଟେକ୍‌ ପାଠ୍ୟକ୍ରମରେ ଉର୍ତ୍ତୀର୍ଣ୍ଣ ହୋଇ ବାୟୁସେନାରେ ଯୋଗ ଦେଇଥିଲେ। କାରର ସୁନୀତଙ୍କ ବାପାଙ୍କର ଏହା ଥିଲା ସ୍ୱପ୍ନ। ସୁରେନ୍ଦ୍ର ମହାନ୍ତି ବାୟୁସେନାକୁ ବହୁତ ଭଲ ପାଉଥିଲେ। ପିତାଙ୍କ ଆଶା ପୂରଣ କରିବା ପାଇଁ ସୁନିତ ନିର୍ଭୟ ଓ ସାହାସିକତାର ସହିତ ବାୟୁସେନାରେ ଯୋଗ ଦେଇଥିଲେ।

publive-image

ପୁତ୍ରହରା ବାପା ସୁରେନ୍ଦ୍ର ମହାନ୍ତି କହିଛନ୍ତି, ଦେଶ ପାଇଁ କର୍ତ୍ତବ୍ୟ ପାଳନ କରୁଥିବା ବେଳେ ମୋର ପୁଅ ନିଜ ଜୀବନକୁ ବାଜି ଲଗାଇଛି। ସେଥିପାଇଁ ମୁଁ ଗର୍ବ ଅନୁଭବ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe