"ହାତ' ଧରିଲେ ସୁନୀତା

ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି। ବୁଧବାର ସେ "ଶଙ୍ଖ' ଛାଡ଼ିଥିଲେ, ୨୪ ଘଣ୍ଟା ନପୂରୁଣୁ ସେ ଗୁରୁବାର "ହାତ' ଧରିଛନ୍ତି । ଜୁଲାଇ ୧୧ରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶାଗସ୍ତର କିଛିଘଣ୍ଟା ପୂର୍ବରୁ ସେ କଂଗ୍ରେସରେ ସାମିଲ ହୋଇଛନ୍ତି...

Sunita holding hand

Sunita holding hand Photograph: (sambad.in)

ଭୁବନେଶ୍ବର: ହେମାନନ୍ଦ ବିଶ୍ୱାଳଙ୍କ ଝିଅ  ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି। ବୁଧବାର ସେ "ଶଙ୍ଖ' ଛାଡ଼ିଥିଲେ, ୨୪ ଘଣ୍ଟା ନପୂରୁଣୁ ସେ ଗୁରୁବାର "ହାତ' ଧରିଛନ୍ତି ।  ଜୁଲାଇ ୧୧ରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶାଗସ୍ତର କିଛିଘଣ୍ଟା ପୂର୍ବରୁ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। 

ବୁଧବାର ସୁନୀତା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ସୁନୀତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିଲେ ।  

ସୁନୀତା ୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ ଆଉ ପାଖାପାଖି ୨ ଲକ୍ଷ ୭୭ ହଜାର ଭୋଟ୍ ମଧ୍ୟ ପାଇଥିଲେ ।

ପୂର୍ବରୁ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସେ କଂଗ୍ରେସ ଦଳକୁ ଯାଉଥିବା ଚର୍ଚ୍ଚା ହୋଇଥିଲା । ପରେ କିନ୍ତୁ ସୁନୀତା  ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ।

congress | BJD | sunita biswal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe