ଝାରସୁଗୁଡ଼ାରେ ଆଉ ଏକ ଅଂଶୁଘାତ ମୃତ୍ୟୁ !

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଝାରସୁଗୁଡ଼ା: ଗତ କିଛିଦିନ ହେବ ଝାରସୁଗୁଡ଼ାରେ ପାରଦ ୪୪ ଡିଗ୍ରି ଉପରେ ରହୁଥିବା ବେଳେ ସନ୍ଦିଗ୍ଧ ଅଂଶୁଘାତର ଏକାଧିକ ମାମଲା ସାମ୍ନାକୁ ଆସିଲାଣି। ତେବେ ଶୁକ୍ରବାର ସନ୍ଧ୍ୟାରେ ପୁଣି ସଦର ଥାନା ଅନ୍ତର୍ଗତ ବକ୍ସି ଛକରେ ରହୁଥିବା ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ବକ୍ସି ଛକରେ ରହୁଥିବା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ସୁନୀଲ ଡୁଙ୍ଗଡୁଙ୍ଗ୍‌। ସୂଚନା ପାଇ ସଦର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ପଠାଇଛି।

ତେବେ ଏହା ମଧ୍ୟ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥାଇ ପାରେ ବୋଲି ପୁଲିସ ଆଶଙ୍କା କରୁଛି। ପୁଲିସ ସୂଚନା ଅନୁସାରେ, ସୁନୀଲ ବକ୍ସି ଛକରେ ମେସ୍‌ କରି ରହୁଥିବା ବେଳେ ଟିପିଏସ୍‌ଏଲ୍‌ କମ୍ପାନିରେ କାମ କରୁଥିଲେ। ଆଜି ଦିନତମାମ୍‌ ସେ କମ୍ପାନିରେ ଶ୍ରମିକ ଭାବେ କାମ କରିଥିବା ବେ‌ଳେ ସନ୍ଧ୍ୟାରେ ମେସ୍‌କୁ ଫେରିଥିଲେ। ଘରେ ପହଞ୍ଚି ଅନ୍ୟ ସାଥୀଙ୍କ ସହ ରୋଷେଇ କରିବାକୁ ବସିଥିବା ବେଳେ ହଠାତ୍‌ ଟଳି ପଡ଼ିଥିଲେ। ସହକର୍ମୀମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଗ୍ରହଣ ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ, ଗୁରୁବାର ମଧ୍ୟ ସଦର ଥାନା ଅନ୍ତର୍ଗତ ଏକାତାଲିରେ ଅନୁରୂପ ଭାବେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe