କଟକ : ମାର୍ଚ୍ଚ ୬ରୁ ଏସ୍ସିବି ମେଡିକାଲରେ ଖୋଲିବ ଅଂଶୁଘାତ କକ୍ଷ। ଏଥିପାଇଁ ଡିନ୍ ତଥା ପ୍ରନ୍ସିପାଲ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମେଡିସିନ୍ ୱାର୍ଡରେ ଏହି ସ୍ବତନ୍ତ୍ର ୱାର୍ଡ଼ ପାଇଁ ୨୦ଟି ବେଡ଼୍ ରହିବ । ୧୦ଟି ପୁରୁଷ ଓ ୧୦ଟି ବେଡ଼୍ ମହିଳାଙ୍କ ପାଇଁ ରଖାଯିବ। ତା’ସହିତ ସେଣ୍ଟ୍ରାଲ ଆଇସିୟୁ ଓ ମେଡିସିନ୍ ଆଇସିୟୁରେ ଆଇସି୍ରୁ ବେଡ଼୍ର ବ୍ୟବସ୍ଥା ଓ ଖାଲି ରଖିବା ପାଇଁ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇସ୍ ପ୍ୟାଡ଼୍ ପାଇଁ ନୂଆ ଫ୍ରିଜ୍ କିଣାଯିବାର ବ୍ୟବସ୍ଥା ରହିଛି। ତେବେ ମାର୍ଚ୍ଚ ୬ରୁ ଏହି ଅଂଶୁଘାତ ଜନିତ ନୂତନ ୱାର୍ଡ ଖୋଲିବ ବୋଲି ଏସ୍ସିବି ପକ୍ଷରୁ ସୂଚନା ଦିଆଯାଇଛି।
୬ରୁ ଏସ୍ସିବିରେ ଖୋଲିବ ଅଂଶୁଘାତ ୱାର୍ଡ
Advertisment
Follow Us