ବଦଳିଲେ ଝାରପଡ଼ା, ବଲାଙ୍ଗୀର, ପୁରୀ ଜେଲ୍‌ ଅଧୀକ୍ଷକ

ଝାରପଡ଼ା କାରାଗାରରୁ ତିଆରି ହେଉଛି ଅପରାଧର ବ୍ଲୁ ପ୍ରିଣ୍ଟ

image source-odisha bytes

ଭୁବନେଶ୍ବର : ଝାରପଡ଼ା ଜେଲ୍‌ ଭିତରେ ବିଭିନ୍ନ ବିଶୃଙ୍ଖଳା ଘଟଣା ପଦାକୁ ଆସିବା ଜେଲ୍‌ ଅଧୀକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଜେଲ୍ ଅଧୀକ୍ଷକ ଧୀରେନ୍ଦ୍ରନାଥ ବାରିକଙ୍କୁ ଆଜି ହଟାଇ ଦିଆଯାଇଛି। ଶ୍ରୀ ବାରିକଙ୍କୁ ବଲାଙ୍ଗୀର ଜିଲ୍ଲା କାରଗାର ଅଧୀକ୍ଷକ ଭାବେ ନିଯୁକ୍ତି ମିଳିଛି। ତାଙ୍କ ସ୍ଥାନରେ ପୁରୀ ଜିଲ୍ଲା ଜେଲ୍‌ ଅଧୀକ୍ଷକ ସରୋଜ କୁମାର ବିଶ୍ବାଳଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ବିଶ୍ବାଳ ପୂର୍ବରୁ ଝାରପଡ଼ା ସ୍ବତନ୍ତ୍ର କାରଗାର ଜେଲର ଭାବେ ଦାୟିତ୍ବ ତୁଲାଇଛନ୍ତି।

ଆଉ ଦୁଇଟି ଜେଲ୍ ଓ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମରେ ମଧ୍ୟ ଅଦଳବଦଳ ହୋଇଛି। ବଲାଙ୍ଗୀର ଜିଲ୍ଲା ଜେଲ ଅଧୀକ୍ଷକ ଉର୍ମିଳା ମିଞ୍ଜଙ୍କୁ ପୁରୀ ଜିଲ୍ଲା କାରାଗାର ଅଧୀକ୍ଷକ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ ଅଧୀକ୍ଷକ ସତ୍ୟ ପ୍ରକାଶ ସ୍ବାଇଁଙ୍କୁ ଚୌଦ୍ବାର ମଣ୍ଡଳ କାରଗାର ବରିଷ୍ଠ ଅଧୀକ୍ଷକ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ମୁକ୍ତାକାଶ ଆଶ୍ରମ ଜେଲର ସ୍ମିତା ମହାନ୍ତିଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଆଜି ଜେଲ୍ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ ଯେ ‌ଝାରପଡ଼ା ଜେଲରେ ରାଜ୍ୟର ବହୁ କୁଖ୍ୟାତ ଅପରାଧୀ, ଗ୍ୟାଙ୍ଗଷ୍ଟର ଓ ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତମାନେ ରହୁଛନ୍ତି। ମାତ୍ର ଜେଲର କଡ଼ା ସୁରକ୍ଷାବଳୟ ଥିବା କଥା କୁହାଯାଉଥିଲେ ମଧ୍ୟ ବିଭିନ୍ନ ଉପାୟରେ କଏଦୀମାନଙ୍କ ନିକଟରେ ମୋବାଇଲ ଫୋନ୍ ଓ ମାଦକ ଦ୍ରବ୍ୟ ପହଞ୍ଚି ଯାଉଛି। ନିକଟରେ ଏକ ନିୟମିତ ଚଢ଼ଉ ବେଳେ ଜେଲ ଭିତରୁ ପୁଳାପୁଳା ମୋବାଇଲ ଜବତ ହୋଇଥିଲା। ଅନ୍ୟପକ୍ଷରେ ଏକ ଭାଇରାଲ ଭିଡିଓରେ କିଛି କଏଦୀ ନାଚଗୀତରେ ମସ୍‌ଗୁଲ ଥିବା ସାଙ୍ଗକୁ ଗଞ୍ଜେଇର ଆସର ମଧ୍ୟ ଜମିଥିବା ଦୃଶ୍ୟ ପଦାକୁ ଆସିଥିଲା। ଏଭଳି ବିଶୃଙ୍ଖଳା ଯୋଗୁଁ ଜେଲ ଅଧୀକ୍ଷକ ଥିବା ଶ୍ରୀ ବାରିକଙ୍କୁ ତୁରନ୍ତ ବଦଳି କରାଯାଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe