'Supermoon' in the sky: ଆକାଶରେ ‘ସୁପର୍‌ମୁନ୍‌’

Advertisment

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଅଲଗା ଦିନ ଅପେକ୍ଷା ଅଧିକ ବଡ଼ ଓ ଉଜ୍ବଳ ଦେଖାଯାଉଥିଲା ଜହ୍ନ। ଚନ୍ଦ୍ର ପୃଥିବୀର ସବୁଠାରୁ ନିକଟତମ ହୋଇଥିବାରୁ  ଏହି ବର୍ଷର ସବୁଠାରୁ ବଡ଼ ଜହ୍ନ ‘ସୁପର୍‌ମୁନ୍‌’ ଦେଖିବାକୁ ମିଳିଛି।

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଅଲଗା ଦିନ ଅପେକ୍ଷା ଅଧିକ ବଡ଼ ଓ ଉଜ୍ବଳ ଦେଖାଯାଉଥିଲା ଜହ୍ନ। ଚନ୍ଦ୍ର ପୃଥିବୀର ସବୁଠାରୁ ନିକଟତମ ହୋଇଥିବାରୁ  ଏହି ବର୍ଷର ସବୁଠାରୁ ବଡ଼ ଜହ୍ନ ‘ସୁପର୍‌ମୁନ୍‌’ ଦେଖିବାକୁ ମିଳିଛି।

dadagdgczvcv

ଭୁବନେଶ୍ବର: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଅଲଗା ଦିନ ଅପେକ୍ଷା ଅଧିକ ବଡ଼ ଓ ଉଜ୍ବଳ ଦେଖାଯାଉଥିଲା ଜହ୍ନ। ଚନ୍ଦ୍ର ପୃଥିବୀର ସବୁଠାରୁ ନିକଟତମ ହୋଇଥିବାରୁ  ଏହି ବର୍ଷର ସବୁଠାରୁ ବଡ଼ ଜହ୍ନ ‘ସୁପର୍‌ମୁନ୍‌’ ଦେଖିବାକୁ ମିଳିଛି। କୌଣସି ଟେଲିସ୍କୋପ୍‌ ବା ବୈଜ୍ଞାନିକ ଉପକରଣ ବିନା ଏହାକୁ ଖାଲି ଆଖିରେ ଦେଖି ହୋଇଥିଲା। ଚଳିତ ବର୍ଷର ତିନୋଟି ‘ସୁପରମୁନ୍’ ମଧ୍ୟରୁ ଆଜି ସବୁଠାରୁ ଉଜ୍ଜ୍ୱଳ ଥିଲା। ଏହା ଅକ୍ଟୋବର ‘ସୁପରମୁନ୍’ ଅପେକ୍ଷା ବଡ଼। ଡିସେମ୍ବର ୪ରେ ଦେଖାଯିବାକୁ ଥିବା ସୁପରମୁନ୍ ତୁଳନାରେ ବି।

ନିୟମ ଅନୁସାରେ, ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୭.୫ ଦିନରେ ଥରେ ଏକ ଅଣ୍ଡାକୃତି ପଥରେ ବୁଲିଥାଏ। ପ୍ରାୟ ୨୯ ଦିନରେ ଥରେ ପୂର୍ଣ୍ଣମୀ ପଡ଼ିଥାଏ। ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ପରିଭାଷାରେ ଯଦି ଚନ୍ଦ୍ର ଆମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ ତା’ହେଲେ ସେହି ଚନ୍ଦ୍ରକୁ ‘ସୁପରମୁନ୍‌’ କୁହାଯାଏ। ସେ ସମୟରେ ତାହା ଆମକୁ ବଡ଼ ଓ ଉଜ୍ଜଳ ଦେଖାଯାଏ। ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ୨ରୁ ୪ ଥର ଘଟିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe