ଅନ୍ଧବିଶ୍ବାସର ସାଂଘାତିକ ପରିଣତି: ଗୁଣିଆ ହାତରେ ଗଲା ନାବାଳିକାର ଜୀବନ

Advertisment

ଅନ୍ଧବିଶ୍ବାସର ସାଂଘାତିକ ପରିଣତି। ଡାକ୍ତରଙ୍କ ଚିକିତ୍ସା ଉପରେ ଭରସା କରିପାରିଲେନି। ଗୁଣିଆ ଉପରେ ବିଶ୍ବାସ କରିବା ଯୋଗୁଁ ଜଣେ ନାବାଳିକାଙ୍କ ଜୀବନ ଅକାଳରେ ଝଡ଼ି ପଡ଼ିଛି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ କତ୍ରାଗୁଡ଼ା....

ଅନ୍ଧବିଶ୍ବାସର ସାଂଘାତିକ ପରିଣତି। ଡାକ୍ତରଙ୍କ ଚିକିତ୍ସା ଉପରେ ଭରସା କରିପାରିଲେନି। ଗୁଣିଆ ଉପରେ ବିଶ୍ବାସ କରିବା ଯୋଗୁଁ ଜଣେ ନାବାଳିକାଙ୍କ ଜୀବନ ଅକାଳରେ ଝଡ଼ି ପଡ଼ିଛି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ କତ୍ରାଗୁଡ଼ା....

Dead

ମାଲକାନଗିରି: ଅନ୍ଧବିଶ୍ବାସର ସାଂଘାତିକ ପରିଣତି। ଡାକ୍ତରଙ୍କ ଚିକିତ୍ସା ଉପରେ ଭରସା କରିପାରିଲେନି। ଗୁଣିଆ ଉପରେ ବିଶ୍ବାସ କରିବା ଯୋଗୁଁ ଜଣେ ନାବାଳିକାଙ୍କ ଜୀବନ ଅକାଳରେ ଝଡ଼ି ପଡ଼ିଛି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ କତ୍ରାଗୁଡ଼ା ଗାଁର ଜିଗଡ଼ୁ ଗଲୋରିଙ୍କ ଝିଅ ସଂଜିତା ଗଲୋରି (୧୨) କିଛି ଦିନ ହେଲା ପେଟରେ ଯନ୍ତ୍ରଣା ଭୋଗୁଥିଲେ। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ଡାକ୍ତରଖାନା ନେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହି ଗାଁକୁ ଏଯାଏଁ ରାସ୍ତା ନିର୍ମାଣ ହୋଇପାରିନି। ପାଦଚଲା ରାସ୍ତାରେ ଲୋକେ ଯାତାୟାତ କରୁଛନ୍ତି। ଫଳରେ ସଂଜିତାଙ୍କୁ ଗୋଟିଏ ଚୌକିରେ ବସାଇ ପରିବାର ଲୋକ କାନ୍ଧରେ ଭାର କରି ୬ କିଲୋମିଟର ଚାଲି ଚାଲି ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। 

ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତୁରନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ମାଲକାନଗିରି ନେବା ପରିବର୍ତ୍ତେ ପରିବାର ଲୋକ ଭାରରେ ବୋହି ଝିଅକୁ ଘରକୁ ନେଇ ଆସିଥିଲେ। ଡାକ୍ତରୀ ଚିକିତ୍ସା ଉପରୁ ଭରସା ହରାଇ ଜଣେ ଗୁଣିଆ ପାଖରେ ଝିଅର ଚିକିତ୍ସା କରାଯାଇଥିଲା। ଶେଷରେ ସଂଜିତା ପ୍ରାଣ  ହରାଇଥିବା ସୂଚନା ମିଳିଛି। ଝିଅର ମୃତ୍ୟୁ ପାଇଁ ରାସ୍ତାକୁ ଦୋଷ ଦେଇଛନ୍ତି ଗ୍ରାମବାସୀ। ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି। ତେଣୁ ଠିକ୍‌ ସମୟରେ ଡାକ୍ତରଖାନାକୁ ନେଇପାରି ନଥିଲେ। କିନ୍ତୁ ଅଶିକ୍ଷା ଯୋଗୁଁ ଅନ୍ଧବିଶ୍ବାସକୁ ଜାବୁଡ଼ି ଧରିବା ଫଳରେ କିଭଳି ଗୋଟିଏ ନିରୀହ ଜୀବନ ଅକାଳରେ ଚାଲିଗଲା ସେହି ବିଷୟରେ ଆଦୌ ଆଲୋଚନା କରୁନାହାନ୍ତି। ଗୋଟିଏ ପଟେ ପରିବାର ଅନ୍ଧବିଶ୍ବାସର ସାହାରା ନେବା, ଅନ୍ୟପଟେ ଲୋକେ ଅଶିକ୍ଷିତ ରହିବା ଏବଂ ଗାଁକୁ ରାସ୍ତା ନିର୍ମାଣ ନ ହେବା ଚିନ୍ତାଜନକ ବୋଲି ବୁଦ୍ଧିଜୀବୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe