ପୌର ନିର୍ବାଚନ: ତାଲିମ୍‌ ନେଲେ ୧୯ ଖର୍ଚ୍ଚ ପର୍ଯ୍ୟବେକ୍ଷକ

Advertisment
ପୌର ନିର୍ବାଚନ: ତାଲିମ୍‌ ନେଲେ ୧୯ ଖର୍ଚ୍ଚ ପର୍ଯ୍ୟବେକ୍ଷକ

sec.odisha.gov.in

ଭୁବନେଶ୍ବର : ପୌର ନିର୍ବାଚନରେ ପ୍ରାର୍ଥୀମାନଙ୍କର ଖର୍ଚ୍ଚ ଉପରେ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଅର୍ଥସେବାର ୧୯ଜଣ ବରିଷ୍ଠ ଅଧିକାରୀମାନଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଆଜି ସେମାନଙ୍କ ଏକ ତାଲିମ କାର୍ଯ୍ୟକ୍ରମ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଓ ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌. ଆୟାର ସେମାନଙ୍କୁ ତାଲିମ୍‌ ଦେଇଛନ୍ତି। ୧୫ରୁ ୨୨ତାରିଖ ପର୍ଯ୍ୟନ୍ତ ସେମାନେ ନିଜ ଦାୟିତ୍ବରେ ଥିବା ଜିଲ୍ଲା ଗସ୍ତ କରି କାମ ଆରମ୍ଭ କରିବାକୁ କୁହାଯାଇଛି।

ସୂଚନା ମୁତାବକ, ପ୍ରାର୍ଥୀମାନଙ୍କର ଖର୍ଚ୍ଚ ସବୁକୁ ପ୍ରାର୍ଥିୱାରୀ ରେଜିଷ୍ଟର୍‌ରେ ଲିପିବଦ୍ଧ କରିବେ। ନିର୍ବାଚନ କମିସନଙ୍କ ଦ୍ୱାରା ଧାର୍ଯ୍ୟ ନିର୍ବାଚନୀ ଖର୍ଚ୍ଚ ଓ ଗାଡ଼ିଠାରୁ ଅଧିକ ଖର୍ଚ୍ଚ ବା ଗାଡ଼ି ବ୍ୟବହାର କରିବା ନଜରକୁ ଆସିଲେ, ସାଧାରଣ ପର୍ଯ୍ୟବେକ୍ଷକ ଓ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଯୋଗସୂତ୍ର ରକ୍ଷାକରି କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe