୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଯୋଗାଣ ନିରୀକ୍ଷକ

Advertisment
ପଞ୍ଝା ମେଲାଇଲା ଭିଜିଲାନ୍ସ : ନୋଟିସ୍‌ ପାଇଥିବା ଅଧିକାରୀଙ୍କୁ ଆଜିଠୁ ପଚରାଉଚରା

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ଯୋଗାଣ ନିରୀକ୍ଷକ। ପିଡିଏସ୍‌ ସାମଗ୍ରୀ ପରିବହନ ବାବଦରେ ବକେୟା ଥିବା ବିଲ୍‌ ପାସ୍‌ କରିବା ପାଇଁ ଅଭିଯୋଗକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ର ଯୋଗାଣ ନିରୀକ୍ଷକ ସବ୍ୟସାଚୀ ମହାପାତ୍ର ଆଜି ସନ୍ଧ୍ୟାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଗିରଫ ପରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ବ୍ରହ୍ମପୁର କାର୍ଯ୍ୟାଳୟରେ ରଖି ପଚରାଉଚରା କରୁଛନ୍ତି।

ଗଂଜାମ ଜିଲ୍ଲା ଧରା କୋଟ ବ୍ଲକ୍‌ ଜାହଡ଼ା ଅଞ୍ଚଳର ଶିବ ପ୍ରସାଦ ପଲାଇ ପିଡିଏସ୍‌ ସାମଗ୍ରୀ ପରିବହନ ବାବଦରେ କିଛି ଟଙ୍କା ପାଇବାକୁ ଥିଲା। ଏଥିପାଇଁ ସେ ଯୋଗାଣ ନିରୀକ୍ଷକ ସବ୍ୟସାଚୀ ମହାପାତ୍ରଙ୍କୁ ବକେୟା ବିଲ୍‌ ପ୍ରଦାନ ପାଇଁ କହିଥିଲେ। ହେଲେ ଅଭିଯୁକ୍ତ ଯୋଗାଣ ନୀରିକ୍ଷକ ଅଭିଯୋଗକାରୀ ଶିବ ପ୍ରସାଦ ପଲାଇଙ୍କଠାରୁ ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଚୁକ୍ତି ମୁତାବକ ଆଜି ସନ୍ଧ୍ୟା ସାଢ଼େ ୬ଟା ବେଳେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍‌ ମହାପାତ୍ରଙ୍କୁ କାବୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe