ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପାଇଁ ବଢ଼ୁଛି ସମର୍ଥନ

Advertisment
ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପାଇଁ ବଢ଼ୁଛି ସମର୍ଥନ

ସମ୍ବଲପୁର : ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଧୀରେ ଧୀରେ ଜନ ସମର୍ଥନ ବଢ଼ୁଥିବା ପରିଲକ୍ଷିତ ହୋଇଛି। ଗୁରୁବାର ଦିନ ସମ୍ବଲପୁର ସହରର ଅନେକ ସଂଗଠନ ସ୍ବତଃସ୍ଫୁର୍ତ୍ତ ଭାବେ ସାମିଲ ହୋଇଛନ୍ତି। କେବଳ ସେତିକି ନୁହେଁ, ପିକେଟିଂ କରି ଜଜ୍‌ମାନଙ୍କୁ କୋର୍ଟ ଓ ଅଫିସର ଓ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ଯିବାକୁ ଅଟକାଇଥିବା ଦେଖିବାକୁ ମିଳିଥିଲା।

ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ଅନେକ ଥର ଦାବିପତ୍ର ଦେଇଛି। ଏହି ପ୍ରସଂଗରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ପାଇଁ ସମୟ ବି ମଗାଯାଇଥିଲା। ମାତ୍ର, ମୁଖ୍ୟମନ୍ତ୍ରୀ ସମୟ ନଦେବାରୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଗତ ୨୮ ସେପ୍‌ଟେମ୍ବର ଦିନ ରାଜଧାନୀ ଭୁ‌ବନେଶ୍ବରକୁ ଯାଇ ଆନ୍ଦୋଳନ କରିଥିଲା। ତେବେ, ଓକିଲଙ୍କ ଆନ୍ଦୋଳନ ସମୟରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳକୁ ଡାକି ରାଜ୍ୟ ସରକାରଙ୍କ ୩ ଜଣ ମନ୍ତ୍ରୀ ଓ ଉଚ୍ଚସ୍ତରୀୟ ଅଧିକାରୀମାନେ ଆଲୋଚନା ସମୟରେ ମଧୁର ପ୍ରତିଶ୍ରୁତି ଦେଇଥିଲେହେଁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପୂର୍ଣ୍ଣାଂଗ ପ୍ରସ୍ତାବ ପଠାଇ ନାହାନ୍ତି। ତେଣୁ, ଦାବି ହାସଲ ନହେବା ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରତ୍ୟେକ ମାସ ବୁଧବାର ଦିନ ବିଚାର ବିଭାଗୀୟ ଅଦାଲତ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଅଚଳ କରିବାକୁ ନିଷ୍ପତ୍ତି ନେଇଛି।

ଗତ ବୁଧବାର କୋର୍ଟ ଛୁଟି ରହିଥିବାରୁ ଗୁରୁବାର ଦିନ ଓକିଲ ସଂଘର ସଭ୍ୟମାନେ ସବୁ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ, ସାମାଜିକ ସଂଗଠନ ସମ୍ବଳ, ବଡ଼ବଜାର ଏକତା ଗ୍ରୁପ୍, ମହାମାୟା ଦୋକାନ ମାଲିକ ସଂଘ, ଫାଟକ ସହିତ ଅନେକ ସଂଗଠନର ସଭ୍ୟମାନେ ଆଜି ଏହି ଆନ୍ଦୋଳନରେ ସାମିଲ କରିଥିଲେ। ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ। ନେଲ୍‌ସନ୍ ମଣ୍ଡେଲା ଛକ(କଚେରି ଛକ)ରେ ପିକେଟିଂକରି ଜଜ୍‌ମାନଙ୍କୁ କୋର୍ଟ ଯିବାକୁ ଅଟକାଇ ଥିଲେ। ଆନ୍ଦୋଳନ ଯୋଗୁ ଆର୍‌ଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ତେବେ, ଏଥିରୁ ବ୍ୟାଙ୍କ, ଏଲ୍‌ଆଇସି, ମହାନଗର ନିଗମ, ସ୍କୁଲ ଓ କଲେଜ, ଫ୍ୟୁଜ୍ କଲ୍‌ ସେଣ୍ଟର ଆଦିକୁ ବାଦ୍ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe