ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଲି ସମୟରେ ରାସ୍ତା ରୋକ କଲେ ବିରୋଧୀ ପ୍ରାର୍ଥୀଙ୍କ ସମର୍ଥକ

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଲି ସମୟରେ ରାସ୍ତା ରୋକ କଲେ ବିରୋଧୀ ପ୍ରାର୍ଥୀଙ୍କ ସମର୍ଥକ

ଘଷିପୁରା : କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ତରିମୁଳ ପଞ୍ଚାୟତ କଣ୍ଟାରୋହି ଛକରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକମାନେ ଆତଙ୍କ ସୃଷ୍ଟି କରିଛନ୍ତି। ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ରାଲି କରୁଥିବା ସମୟରେ ବିଚ୍ ରାସ୍ତାରେ ବଦ୍ରିନାରାୟଣଙ୍କ ସମର୍ଥକମାନେ ଖୁଲମ୍ ଖୁଲ୍ଲା ଗୁଣ୍ଡାଗର୍ଦି କରିଛନ୍ତି।

ସୌମ୍ୟରଞ୍ଜନଙ୍କ ପ୍ରଚାର ଗାଡ଼ି ସାମ୍ନାରେ ବଦ୍ରିନାରାୟଣଙ୍କ ସମର୍ଥକମାନେ ରାସ୍ତା ରୋକ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ବିଜେଡି ପତାକା ଉଡ଼େଇ ନାରାବାଜି କରି ଡରେଇବା ପାଇଁ ଉଦ୍ୟମ କରିବା ସହିତ ସେମାନେ ଦୀର୍ଘ ସମୟ ଧରି ସୌମ୍ୟରଞ୍ଜନଙ୍କ ପ୍ରଚାର ଗାଡ଼ିକୁ ଅଟକେଇ ରଖିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe