ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ପ୍ରସଙ୍ଗ : ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା

Advertisment
ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

Image Source: Zee News

ଭୁବନେଶ୍ବର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦିଆଯାଉ ନ ଥିବାରୁ ଅଦାଲତ ଅବମାନନା ମାମଲା ଦାଖଲ ହୋଇଛି। ଶ୍ରୀମନ୍ଦିର ସମ୍ବନ୍ଧୀୟ ଏକ ମାମଲାର ବିଚାର କରି ୨୦୧୯ ନଭେମ୍ବର ୪ ତାରିଖରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିରର ପରିଚାଳନା ଓ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥ‌ିଲେ। କିନ୍ତୁ ଦୀର୍ଘ ଦିନ ବିତିଲା ପରେ ମଧ୍ୟ ରାଜ୍ୟ ସରକାର ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦେଲେ ନାହିଁ। ଗତ ଫେବ୍ରୁଆରି ୨୦ ତାରିଖରେ ବଲ୍ଲଭ ଚରଣ ସାହୁ ନାମକ ଜଣେ ଶ୍ରଦ୍ଧାଳୁ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ।

କିନ୍ତୁ ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେବାରୁ ଶ୍ରୀ ସାହୁ ସୁପ୍ରିମକୋର୍ଟରେ ମୁଖ୍ୟ ଶାସନ ସଚିବଙ୍କ ନାମରେ ଏକ ଅଦାଲତ ଅବମାନନା ଦାଖଲ କରିଛନ୍ତି। ଅଦାଲତ ଅବମାନନା ଆଇନ୍-୧୯୭୧ର ଧାରା ୧୨ ଅନୁଯାୟୀ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ନ ଥିବାରୁ ତାଙ୍କୁ ଦଣ୍ଡିତ କରାଯିବା ସହ ୨୦୧୯ ନଭେମ୍ବର ୪ ତାରିଖ ପର ଠାରୁ ଅସ୍ଥାୟୀ ମୁଖ୍ୟ ପ୍ରଶାସକ ନେଇଥିବା ସମସ୍ତ ନିଷ୍ପତ୍ତିକୁ ବେଆଇନ୍ ଘୋଷଣା କରିବା ପାଇଁ ଶ୍ରୀ ସାହୁ ତାଙ୍କ ପିଟିସନ୍‌ରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe