ସୁପ୍ରିମ୍‌କୋର୍ଟ କଲେଜିୟମ୍‌ର ସୁପାରିସ୍‌: ଓଡ଼ିଶା ହାଇକୋର୍ଟର ବିଚାରପତି ନିଯୁକ୍ତ ହେବେ ଡ଼.ଅକ୍ଷୟ କୁମାର ମିଶ୍ର

ସୁପ୍ରିମ୍‌କୋର୍ଟ କଲେଜିୟମ୍‌ର ସୁପାରିସ୍‌: ଓଡ଼ିଶା ହାଇକୋର୍ଟର ବିଚାରପତି  ନିଯୁକ୍ତ ହେବେ ଡ଼.ଅକ୍ଷୟ କୁମାର ମିଶ୍ର

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟରେ ରେଜିଷ୍ଟ୍ରାର ଜେନେରାଲ ଭାବେ ଅବସ୍ଥାପିତ  ଡ.ଅକ୍ଷୟ କୁମାର ମିଶ୍ରଙ୍କୁ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି  ଲାଗି ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ସୁପାରିସ କରିଛନ୍ତି।

ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଜଷ୍ଟିସ୍‌  ରଂଜନ ଗୋଗେଇ, ଜଷ୍ଟିସ୍‌ ମଦନ ବି.ଲୋକୁର ଓ ଜଷ୍ଟିସ୍‌ କୁରିଆନ୍‌ ଜୋଶେଫ୍‌ଙ୍କୁ ନେଇ ଗଠିତ  କଲେଜିୟମ୍‌ ଡ଼ ଅକ୍ଷୟ କୁମାର ମିଶ୍ରଙ୍କ ସହ  ସାକ୍ଷାତକାର କରିବା ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ତାଙ୍କୁ ପଦୋନ୍ନତି ଦିିଆଯାଉ ବୋଲି ମତ ରଖିଛନ୍ତି। ସୁପ୍ରିମକୋର୍ଟ କଲେଜିୟମ୍‌ ତାଙ୍କର ସୁପାରିସ ଆଇନ ମନ୍ତ୍ରାଳୟକୁ ପଠାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ କି ଓଡ଼ିଶା ହାଇକୋର୍ଟର କଲେଜିୟମ୍‌ ୪ ଜଣ ଜୁଡିସିଆଲ୍‌ ଅଫିସରଙ୍କ ନାମ ହାଇକୋର୍ଟ ବିଚାରପତି ପଦବି ଲାଗି ସୁପ୍ରିମ୍‌କୋର୍ଟ କଲେଜିୟମ୍‌ଙ୍କ ନିକଟକୁ ସୁପାରିସ କରିଥିଲେ। କଲେଜିୟମ୍‌ ସେମାନଙ୍କୁ ସାକ୍ଷାତ କରିବା ପରେ ଡ଼ ମିଶ୍ରଙ୍କ ନାମ ଉପରେ ମୋହର ଲଗାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe