ସୁର ବାବାଙ୍କ ଦେହାନ୍ତ, ଆଶ୍ରମ ପରିସରରେ ଦିଆଗଲା ସମାଧି

ସୁର ବାବାଙ୍କ ଦେହାନ୍ତ, ଆଶ୍ରମ ପରିସରରେ ଦିଆଗଲା ସମାଧି

ବାଲିପାଟଣା : ବାଲିପାଟଣା ଥାନା ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବାଙ୍କର ଗତକାଲି ରାତି ପ୍ରାୟ ୯ ଟାରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୭୩ ବର୍ଷ ହୋଇଥିଲା। କିଛିଦିନ ହେଲା ସେ ଅସୁସ୍ଥ ହୋଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ଖବର ପ୍ରଚାର ହେବା ପରେ ଆଶ୍ରମକୁ ଦୂର ଦୂରାନ୍ତରୁ ଶହ ଶହ ଭକ୍ତ ଛୁଟି ଆସିଥିଲେ। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମଧ୍ୟାହ୍ନ ୧୨ଟା ବେଳେ ଆଶ୍ରମ ପରିସରରେ ଥିବା ବଗିଚାରେ ବାବାଙ୍କୁ ସମାଧି ଦିଆଯାଇଥିଲା। ବଡ଼ ପୁଅ ତ୍ରିଲୋଚନ ମିଶ୍ର ପଥଶ୍ରାଦ୍ଧ କର୍ମ ସମ୍ପନ୍ନ କରିଥିଲେ। ନାମ ସଂକୀର୍ତନ, ହରିବୋଲ ହୁଳହୁଳିରେ ଆଶ୍ରମ ପରିସର କମ୍ପି ଉଠିଥିଲା।

publive-image୧୯୪୭ ମସିହା ସ୍ନାନ ପୂର୍ଣ୍ଣମୀରେ ଝିଣ୍ଟି ଶାସନରେ ସୁର ବାବା ଜନ୍ମ ଗ୍ରହଣ କରିଥିଲେ। ଅପାତତଃ ୧୯୭୮/୭୯ ମସିହାରେ ବାବାଙ୍କୁ ଅଚ୍ୟୁତାନନ୍ଦଙ୍କ ପୋଥି ପ୍ରାପ୍ତି ହୋଇଥିବା ଶୁଣିବାକୁ ମିଳେ। ଧୀରେ ଧୀରେ ବାବାଙ୍କ ପ୍ରଚାର ପ୍ରସାର ଆରମ୍ଭ ହେଲା। ଅଚ୍ୟୁତାନନ୍ଦଙ୍କ ନାମରେ ବାବା ପୋଥି ଦେଖିଲେ। ଏହାପରେ ସେ ସୁର ବାବା ନାମରେ ପରିଚିତ ହେଲେ। ଅନେକ ଲୋକେ ନିଜର ବ୍ୟକ୍ତିଗତ ସମସ୍ୟାର ସମାଧାନ ଏବଂ ରୋଗରୁ ମୁକ୍ତି ହୋଇଥିବା ଭକ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe