କାରଣ ଦର୍ଶାଅ ନୋଟିସର ଉତ୍ତର ଦେଲେ ସୁର: ଦଳ ପାଇଁ ୧୮ଘଣ୍ଟା ପରିଶ୍ରମ କରୁଛି, କାର୍ଯ୍ୟାନୁଷ୍ଠାନକୁ ଖାତିର ନାହିଁ

Advertisment

ଏଆଇସିସି ପରବର୍ତୀ ପଦକ୍ଷେପ ନେବ: ନିରଞ୍ଜନ

ଏଆଇସିସି ପରବର୍ତୀ ପଦକ୍ଷେପ ନେବ: ନିରଞ୍ଜନ

ୱାର୍ଡ ମେମ୍ବର ହୋଇ ନ ଥିବା ଲୋକ ମତେ ‌ନୋଟିସ୍ ପଠାଇଛନ୍ତି: ସୁର

odishasuntimes.com

ଭୁବନେଶ୍ବର: ବିଧାୟକ ସୁରେଶ ରାଉତରାୟଙ୍କୁ ପିସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହେବା ପରେ ଏହାକୁ ନେଇ କଂଗ୍ରେସରେ ବିବାଦ ବଢ଼ିଛି। ଏହି ପ୍ରସଙ୍ଗକୁ ନେଇ ସୁର ଦଳ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି। କଂଗ୍ରେସ ଭବନକୁ ଆସି କାରଣ ଦର୍ଶାଅ ନୋଟିସ୍‌ର ଲିଖିତ ଉତ୍ତର ରଖିବା ସହିତ ଗତକାଲି ଦେଇଥିବା ମନ୍ତବ୍ୟକୁ ଆଜି ପୁଣିଥରେ ଦୋହରାଇଛନ୍ତି।

ସୁର କହିଛନ୍ତି ଯେ ନିଜେ ପିସିସି ସଭାପତି ଓ ପୂର୍ବତନ ସଭାପତି ଜୟଦେବ ଜେନା ନବୀନ ନିବାସରୁ ସେମାନଙ୍କୁ ବିଦା କରାଯାଇଥିବା କହିଥିଲେ। ଶରତ ପଟ୍ଟନାୟକ, ସନ୍ତୋଷ ସାଲୁଜା, ତାରା ବହିନୀପତି ଭଳି ନେତା ବିଭିନ୍ନ ସମୟରେ ବିଶୃଙ୍ଖଳିତ ମନ୍ତବ୍ୟ ଦେଇଛନ୍ତି। ପୂର୍ବରୁ ବିଶୃଙ୍ଖଳିତ ମନ୍ତବ୍ୟ ଦେଇଥିବା କୌଣସି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ହେଲେ ପାଟିରୁ କ’ଣ ଟିକେ ଖସିଗଲା ଯେ ଏଥିପାଇଁ କାରଣ ଦର୍ଶାଅ ନୋଟିସ୍ ଦିଆଯାଉଛି। ଗତ ୫୦ବର୍ଷ ଧରି କଂଗ୍ରେସରେ ରହି ରାଜନୀତି କରୁଛି। ଦଳ ପାଇଁ ଏବେ ବି ୧୮ଘଣ୍ଟା ପରିଶ୍ରମ କରୁଛି। ଦଳରେ ଖାଲି ଗୋଡ଼ ଟଣାଟଣି ଚାଲିଛି। ଦଳରୁ ବିଦା କରିଦେଲେ ବି ଖାତିର ନାହିଁ ବୋଲି ସେ କହିଛନ୍ତି।
ତେବେ ସୁରଙ୍କ ଏହି ମନ୍ତବ୍ୟକୁ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, ମୁଁ କେବେ ବି ନବୀନଙ୍କୁ ନେଇ କୌଣସି ମନ୍ତବ୍ୟ ଦେଇନାହିଁ। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏଭଳି କଥା କହିଛନ୍ତି କି ନାହିଁ ତାହା ଜାଣିନାହିଁ। ଦଳରେ ରହି ବିଶୃଙ୍ଖଳିତ ଆଚରଣ କଲେ ସମସ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ସୁର ବାବୁ ଏଆଇସିସିର ବରିଷ୍ଠ ସଦସ୍ୟ ଓ ବିଧାୟକ। ତେଣୁ କାରଣ ଦର୍ଶାଅ ନୋଟିସ୍‌ର ସେ ଯେଉଁ ଉତ୍ତର ରଖିଛନ୍ତି, ତାହାକୁ ଶୃଙ୍ଖଳା କମିଟିକୁ ପଠାଯିବ। ଏଆଇସିସି ପରବର୍ତୀ ପଦକ୍ଷେପ ନେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଉଲ୍ଲେଖ ଯେ ଗତ ୨୩ ତାରିଖରେ ବିଧାୟକ ସୁରେଶ ରାଉତରାୟ ନବୀନଙ୍କ ଇଚ୍ଛାରେ ପିସିସି ସଭାପତି ଓ ପ୍ରଭାରୀ ବଦଳୁଥିବା ନେଇ ଗଣମାଧମରେ ମନ୍ତବ୍ୟ ଦେଇଥିଲେ। ସୁରଙ୍କ ଏହି ମନ୍ତବ୍ୟକୁ ନେଇ ରାଜ୍ୟବ୍ୟାପୀ ଚର୍ଚା ହୋଇଥିଲା। ତେବେ ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ମନ୍ତବ୍ୟ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହିତ ଏହାର ସନ୍ତୋଷ ଜନକ ଉତ୍ତର ରଖିବା ଲାଗି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe