ସୁରଜ ଓ ବର୍ଷାରାଣୀଙ୍କୁ ମିଷ୍ଟର-ମିସ୍‌ ଏଲିଗେଣ୍ଟ ମୁକୁଟ

Advertisment
ସୁରଜ ଓ ବର୍ଷାରାଣୀଙ୍କୁ ମିଷ୍ଟର-ମିସ୍‌ ଏଲିଗେଣ୍ଟ ମୁକୁଟ

ରାଉରକେଲା: ଜୟପୁରରେ ମିଷ୍ଟର ମିସ୍‌ ଓ ମିସେସ୍‌ ଇଣ୍ଡିଆ ଏଲିଗେଣ୍ଟର ଗ୍ରାଣ୍ଡ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଦେଶର ୨୨ଟି ରାଜ୍ୟର ବିଜେତାମାନେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ପ୍ରିୟଙ୍କା ସିଂ ଓ ସୋନୁ ମୁ୍ଖାର୍ଜୀ ଓଡ଼ିଶାର ଦୁଇ ବିଜେତାକୁଙ୍କୁ ପ୍ରତିଯୋଗିତାରେ ସାମିଲ କରିଥିଲେ। ସୁରଜ ମିଷ୍ଟର ଇଣ୍ଡିଆ ମୁକୁଟ ହାସଲ କରିଥିବାବେଳେ ରୁଦ୍ର ପ୍ରତାପ ମିଷ୍ଟର ଇଣ୍ଡିଆ ଏଲିଗେଣ୍ଟ -୨୦୨୧ ଦ୍ବିତୀୟ ରନର୍ସ ଅପ୍‌ ହୋଇଛନ୍ତି।

publive-image

ବର୍ଷା ରାଣୀ ଦାସ ମିସ୍‌ ଟିନ୍‌ ଇଣ୍ଡିଆ ଏଲିଗେଣ୍ଟ ୨୦୨୧ ମୁକୁଟ ହାସଲ କରିଥିବାବେଳେ ସୀମରନ୍‌ ନାୟକ ପ୍ରଥମ ରନର୍ସ ଅଫ୍‌ ହୋଇଛନ୍ତି। ଓଡ଼ିଶାର ସୁ‌ଦେସ୍ନା ତାଣ୍ଡିଆ ମିସ୍‌ ଇଣ୍ଡିଆ ଏଲିଗେଣ୍ଟ ୨୦୨୧ ଦ୍ବିତୀୟ ରନର୍ସ ଅପ୍‌ ସ୍ଥାନ ହାସଲ କରିଛନ୍ତି। ସମସ୍ତ ପ୍ରତିଯୋଗୀଙ୍କୁ ମିସ୍ ୱାର୍ଲ୍ଡ ୟୁନାଇଟେଡ ନେସନ୍ ବିଜେତା ସାଇନା, ମିସ୍‌ ଇଣ୍ଟରନ୍ୟାସନାଲ ତନୁଶ୍ରୀଙ୍କ ସମେତ ଦୀପ୍ତି ପୁରସ୍କୃତ କରିବା ସହ ବିଜୟ ମୁକୁଟ ପିନ୍ଧାଇଥିଲେ। ପ୍ରତ୍ୟେକ ପ୍ରତିଯୋଗୀ ରାମ୍ପ ଉପରେ ନିଜର ପ୍ରଦର୍ଶନ ଦେଖାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe