ଭଣ୍ଡାରିପୋଖରୀ-୧: ଭଦ୍ରକ ଜିଲ୍ଲା କ୍ରୀଡା କ୍ଷେତ୍ରକୁ ଗୌରବାନିତ୍ୱ କରିଥିବା ସୁରେନ୍ଦ୍ର ଏବେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ଯୁବ ପ୍ରତିଭା ସୁରେନ୍ଦ୍ର ଏବେ ରାଜଧାନୀରେ ରହୁଛନ୍ତି। ବଡି ବିଲ୍ଡିଂ ଓ ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନୀ ପ୍ରତିଯୋଗିତାରେ ସେ ଅଂଶ ଗ୍ରହଣ କରି ବିଭିନ୍ନ ସମୟରେ ପୁରସ୍କୃତ ହୋଇଛନ୍ତି। ଦୀର୍ଘ ୪ବର୍ଷ ହେବ ଓଡ଼ିଶାର ଅନେକ ଜିଲ୍ଲାରେ ସେ ଖେଳିଥିବା ବେଳେ ଜଣେ ସଫଳ ପ୍ରତିଭା ଭାବେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସମ୍ପ୍ରତି ଚଳିତ ମାସ ୧ ଓ ୨ତାରିଖ ଦିନ ହରିଆଣା ଠାରେ ଅନୁଷ୍ଠିତ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ସୁରେନ୍ଦ୍ର ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଏହାଛଡା ଦଳଗତ ଭାବେ ମଧ୍ୟ ତାଙ୍କୁ ମାନପତ୍ର ଓ ଅର୍ଥରାଶି ସହିତ ପୁରସ୍କୃତ କରାଯାଇଛି।
ମିଷ୍ଟର୍ ଇଣ୍ଡିଆ ପ୍ରତିଯୋଗିତାରେ ସୁରେନ୍ଦ୍ରଙ୍କୁ ସ୍ୱର୍ଣ୍ଣ
Advertisment
Follow Us