ସଂସଦରେ ପୁଣି ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଉଠାଇଲେ ସୁରେଶ

Advertisment
ଆଜି ସରିବ ସଂସଦର ଶୀତ ଅଧିବେଶନ !

parliamentofindia.nic.in

ସମ୍ବଲପୁର: ବରଗଡ଼ ସାଂସଦ ସୁରେଶ ପୂଜାରୀ ମଙ୍ଗଳବାର ସଂସଦରେ ପରିବାର ଅଦାଲତ (ସଂଶୋଧନ) ବିଲ୍-୨୦୨୨ ଉପରେ ଚାଲିଥିବା ଆଲୋଚନାରେ ଭାଗ ନେଇଥିଲେ। ସେ ଏହି ବିଲ୍‌ର ସଂଶୋଧନ ପ୍ରସ୍ତାବକୁ ସମର୍ଥନ କରିବା ସହ ୨୦୦୯ରୁ ୨୦୨୨ ସୁଦ୍ଧା ନାଗାଲାଣ୍ଡର ନିମ୍ନ ଓ ଉଚ୍ଚ ଅଦାଲତରେ ତଥା ହିମାଚଳ ପ୍ରଦେଶରେ ୨୦୧୯ରୁ ବର୍ତ୍ତମାନ ସୁଦ୍ଧା କେତେ ମାମଲାର ଫଇସଲା ହୋଇଛି ସେ ସଂପର୍କରେ ଆଇନ୍‌ ମନ୍ତ୍ରୀଙ୍କଠାରୁ ଜାଣିବାକୁ ଚାହିଁଥିଲେ।

ଏହି ଆଲୋଚନାରେ ଭାଗ ନେଇ ଶ୍ରୀ ପୂଜାରୀ ପୁଣିଥରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ତଥା ଆଇନ୍‌ ଛାତ୍ରଙ୍କ ଗୁଣାତ୍ମକ ମାନର ବିକାଶ ପାଇଁ ବରଗଡ଼ କିମ୍ବା ଝାରସୁଗୁଡ଼ାଠାରେ ଜାତୀୟ ଆଇନ୍ ମହାବିଦ୍ୟାଳୟ ସ୍ଥାପନ କରିବାକୁ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe