୫ ଅଙ୍ଗଦାନ କରି ଅମର ହେଲେ ସୁରେଶ

Advertisment

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ବଡ଼ଖୋଲି ପଞ୍ଚାୟତ ସାନଖୋଲି ଗ୍ରାମର ଅଶୋକ ପଟ୍ଟନାୟକ ଓ ସଂଯୁକ୍ତା ପଟ୍ଟନାୟକଙ୍କ ସାନପୁଅ ସୁରେଶ ପଟ୍ଟନାୟକ (୨୦) ଅଙ୍ଗଦାନ କରି ଅମର ହୋଇଛନ୍ତି। ମାତ୍ର ୨୦ ବର୍ଷ ବୟସରେ ସୁ‌ରେଶଙ୍କ ଏହି ମହାନତା ସାନଖୋଲି ଗ୍ରାମବାସୀଙ୍କୁ ଗର୍ବିତ କରିଛି।

Suresh Organ Donation

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ବଡ଼ଖୋଲି ପଞ୍ଚାୟତ ସାନଖୋଲି ଗ୍ରାମର ଅଶୋକ ପଟ୍ଟନାୟକ ଓ ସଂଯୁକ୍ତା ପଟ୍ଟନାୟକଙ୍କ ସାନପୁଅ ସୁରେଶ ପଟ୍ଟନାୟକ (୨୦) ଅଙ୍ଗଦାନ କରି ଅମର ହୋଇଛନ୍ତି। ମାତ୍ର ୨୦ ବର୍ଷ ବୟସରେ ସୁ‌ରେଶଙ୍କ ଏହି ମହାନତା ସାନଖୋଲି ଗ୍ରାମବାସୀଙ୍କୁ ଗର୍ବିତ କରିଛି। ଘର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଯୁକ୍ତ ଦୁଇ ପରେ ବିଭିନ୍ନ ରାଜ୍ୟକୁ ଯାଇ କାମ କରୁଥିଲେ ସୁରେଶ। କିଛି ମାସ ତଳେ ସେ ବେଙ୍ଗାଲୁରୁ ଆସିଥିଲେ। ଗତ ୨୦ ତାରିଖରେ କର୍ମକ୍ଷେତ୍ରକୁ ଯିବାବେଳେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା।

ଗୁରୁତର ଅବସ୍ଥାରେ ସୁରେଶଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଗତ ୨୩ ତାରିଖରେ ତାଙ୍କୁ ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ। ଏହା ପରେ ତାଙ୍କ ବାପା ଅଶୋକଙ୍କ ଅନୁମତି ଓ ପରିବାରଲୋକଙ୍କ ସହମତି କ୍ରମେ ସୁରେଶଙ୍କ କିଡ୍‌ନି, ଲିଭର୍‌, ହୃତ୍‌ପିଣ୍ଡ, ହୃତ୍‌ପିଣ୍ଡର ଭାଲ୍‌ଭ ଓ ଫୁସ୍‌ଫୁସ୍‌କୁ ବାହାର କରାଯାଇ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ ପାଇଁ ପଠାଯାଇଥିଲା। ଆଜି ଅପରାହ୍‌ଣରେ ସୁରେଶଙ୍କ ଶବ ଗାଁକୁ ଅଣାଯିବା ପରେ ଅନ୍ତିମ ସତ୍କାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe