ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଚାକିରି ୬ ମାସ ବଢ଼ିଲା

Advertisment
ବିଭିନ୍ନ ପ୍ରକଳ୍ପ ଓ ସେବା ଯୋଗାଇବା ପାଇଁ ଓରସାକ୍‌ ତଥ୍ୟ ବ୍ୟବହାର କର: ମୁଖ୍ୟସଚିବ

ET Government

ଭୁବନେଶ୍ବର : ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଚାକିରିକୁ ଆଉ ୬ ମାସ ବୃଦ୍ଧି କରାଯାଇଛି। ଗତ ଡିସେମ୍ବର ୩୧ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଦିଆଯାଇଥିବା ପ୍ରସ୍ତାବରେ କେନ୍ଦ୍ର ସରକାର ମୋହର ମାରିଛନ୍ତି। ଆଜି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି।

୧୯୮୬ ବ୍ୟାଚ୍‌ର ଆଇଏଏସ୍ ଶ୍ରୀ ମହାପାତ୍ର ୨୦୨୧ ଜାନୁଆରି ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଆସନ୍ତା ଫେବ୍ରୁଆରି ୨୮ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଥା’ନ୍ତେ। ଏହି ସମ୍ପ୍ରସାରଣ ଫଳରେ ସେ ଅଗଷ୍ଟ ୩୧ ତାରିଖ ଯାଏ ମୁଖ୍ୟ ସଚିବ ଭାବେ ରହିବା‌ ସ୍ପଷ୍ଟ ହୋଇଛି। ଫଳରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ, ତାହାକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ଓ ଲବିରେ ସାମୟିକ ପୂର୍ଣ୍ଣଛେଦ ପଡ଼ିଛି।

ଶ୍ରୀ ମହାପାତ୍ରଙ୍କ ଚାକିରି କାର୍ଯ୍ୟକାଳ ସମ୍ପ୍ରସାରଣ ହେବା ଘଟଣା କ୍ଷମତା କରିଡର୍‌ରେ ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ଏକାଧିକ ମୁଖ୍ୟ ଶାସନ ସଚିବଙ୍କ ସମୟରେ ସେମାନଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ସେମାନେ ତୃତୀୟ ମହଲାର ଅତି ବିଶ୍ବସ୍ତ ଥିବାରୁ ଏପରି ଆଲୋଚନା ସ୍ବାଭାବିକ ଥିଲା। କିନ୍ତୁ ରାଜ୍ୟ ସରକାର କୌଣସି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇ ନ ଥ‌ିଲେ। ତେବେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିବା ଅଧିକାଂଶ ଅଧିକାରୀଙ୍କୁ ବିଭିନ୍ନ ପଦପଦବିରେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ମହାପାତ୍ରଙ୍କ କ୍ଷେତ୍ରରେ ବ୍ୟତିକ୍ରମ ହୋଇଛି। ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସୁପାରିସ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe