ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବିଜେପିକୁ ମିଳିଛି ପ୍ରଥମ ସଫଳତା। ଝାରସୁଗୁଡ଼ା ଏବଂ ବ୍ରଜରାଜନଗରର ବିଜେପି ବିଧାନସଭା ପ୍ରାର୍ଥୀ ଯଥାକ୍ରମେ ଟଙ୍କଧର ତ୍ରିପାଠୀ ଓ ସୁରେଶ ପୂଜାରୀ ବିଜୟୀ ହୋଇଛନ୍ତି। ଟଙ୍କଧର ତ୍ରିପାଠୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ଦୀପାଳି ଦାସଙ୍କୁ ୧୩୨୨ ଭୋଟରେ ପରାଜିତ କରିଛନ୍ତି। ଏଣେ ସୁରେଶ ପୂଜାରୀ ମଧ୍ୟ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ଅଳକା ମହାନ୍ତିଙ୍କଠାରୁ ୨୬,୫୮୨ ଭୋଟରେ ବିଜୟୀ ହୋଇଛନ୍ତି।
/sambad/media/post_attachments/wp-content/uploads/2024/06/5bfdc9e7-9ea3-4ccd-8848-0d256a126def.jpeg)
ଜିତିବା ପରେ ଟଙ୍କଧର ତ୍ରିପାଠୀଙ୍କର ସମର୍ଥକଙ୍କର ରାଲି କରାଯାଇଛି। ଏନେଇ କେବଳ ନିର୍ବାଚନ କମିସନଙ୍କ ଘୋଷଣାକୁ ଅପେକ୍ଷା କରାଯାଇଛି।
Follow Us