ସଂସଦରେ କିଡ୍‌ନି ରୋଗ ପ୍ରସଙ୍ଗ ଉଠ‌ାଇଲେ ସୁରେଶ

ସଂସଦରେ କିଡ୍‌ନି ରୋଗ ପ୍ରସଙ୍ଗ ଉଠ‌ାଇଲେ ସୁରେଶ

Law Insider India

ବରଗଡ଼: ସଂସଦରେ କିଡ୍‌ନି ରୋଗର ଭୟାବହତା ପ୍ରସଂଗ ଉଠାଇଛନ୍ତି ସାଂସଦ ସୁରେଶ ପୂଜାରୀ। ଦୂଷିତ ପାଣି ପିଇ ଲୋକେ ମୃତ୍ୟୁ ମୁଖରେ ପଡ଼ୁଥିବାବେଳେ ଏହାର ପ୍ରତିକାର ପାଇଁ କିଛି ବ୍ୟବସ୍ଥା ହେଉନଥିବାରୁ ଶ୍ରୀ ପୂଜାରୀ ଉଦ୍‌ବେଗ ପ୍ରକାଶ କରିଥିଲେ।

ବରଗଡ଼ର ଗାଇସିଲାଟ ବ୍ଲକ୍‌ ଡାଙ୍ଗବାହାଲ, ଗୌରେନମୁଣ୍ଡା, ଜଗଲପାଟ ଓ ସାଇଡୁଙ୍ଗରିପାଲି, ବରଗଡ଼ ବ୍ଲକ୍‌ର କୁର୍ଲ୍ଲା, ବରଡ଼ୋଲ, ବିଜେପୁର ବ୍ଲକ୍‌ର ପିପିଲିପାଲି, ଅତାବିରା ବ୍ଲକ୍‌ର ବାଗବାହାଲ ଓ ଭାଲୁପାଲି, ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ର କୁଆକୁଣ୍ଡା, ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଢାଖୋଲ ବ୍ଲକ୍‌ର ବନସାଜାଲ୍, କଦଲିଗଡ଼, ପୁଡ଼ାବଲଣ୍ଡା, ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ବାରକୋଟ ବ୍ଲକ୍‌ର ମଧ୍ୟପୁର, ନେତ୍ରାବାହାଲ, ବଲଣ୍ଡା ତଥା ତିଲେଇବଣି ବ୍ଲକ୍‌ର କଳଣ୍ଡା  ପଞ୍ଚାୟତରେ କିଡ୍‌ନି ରୋଗ ଏବଂ ମୃତ୍ୟୁସଂଖ୍ୟା  ବଢ଼ୁଥିବା ସେ ତଥ୍ୟ ରଖିଥିଲେ। ଏହାର  ନିରାକରଣ  ପାଇଁ ସେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ପାଖରେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe