Patrika
ଝାରସୁଗୁଡ଼ା : ‘ଶୁଣିବାକୁ ମିଳୁଛି ରାଜ୍ୟ ସରକାର ଆଗୁଆ ବିଧାନସଭା ନିର୍ବାଚନ କରିବାକୁ ପ୍ରସ୍ତୁତି କରୁଛନ୍ତି। ମୁଁ ଆହ୍ବାନ ଦେଉଛି ରାଜ୍ୟ ସରକାର ଏହା କରିକି ଦେଖାନ୍ତୁ। ଓଡ଼ିଶାରେ ବିଜେଡିର କଣ ଦଶା ହେବ ସେମାନେ ଜାଣିପାରିବେ। ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଝାରସୁଗୁଡ଼ା ଗସ୍ତ ଓ କର୍ମୀଙ୍କ ସହ ଆଲୋଚନା ପରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଗଣମାଧ୍ୟମକୁ ବିବୃତି ଦେଇ ଏଭଳି କହିଛନ୍ତି।
୨୦୦୪ ମସିହାରେ ମଧ୍ୟ ରାଜ୍ୟ ସରକାର ଆଗୁଆ ନିର୍ବାଚନ କରେଇଥିଲେ। ସ୍ଥିତି କଣ ହୋଇଥିଲା ଜାଣିଥିଲେ। ସବୁବେଳେ ରାଜ୍ୟ ସରକାର ଲୋକସଭା ନିର୍ବାଚନ ସାଙ୍ଗରେ ବିଧାନସଭା ନିର୍ବାଚନ କଥା ଚିନ୍ତା କରନ୍ତି। ଲୋକସଭା ନିର୍ବାଚନ ପାଇଁ ବିଜେପିର ରାଷ୍ଟ୍ରୀୟ କର୍ମକର୍ତ୍ତାମାନେ ଅନ୍ୟସ୍ଥାନରେ ବ୍ୟସ୍ତ ରୁହନ୍ତି। ଯଦି ରାଜ୍ୟ ସରକାର ଆଗୁଆ ବିଧାନସଭା ନିର୍ବାଚନ କରିବେ, ସବୁ ରାଷ୍ଟ୍ରୀୟ ନେତା ଓଡ଼ିଶାରେ କ୍ୟାମ୍ପ କରି ରହିବେ। ଏହାର ମୁକାବିଲା ରାଜ୍ୟ ସରକାର କରିପାରିବେ ତ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପୂଜାରୀ।
Follow Us