ଏସ୍‌ସିବିରେ ପ୍ରଥମ: ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ ମହିଳାଙ୍କ ସର୍ଜରି

Advertisment
ଏସ୍‌ସିବିରେ ପ୍ରଥମ: ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ ମହିଳାଙ୍କ ସର୍ଜରି

କଟକ : ଏସ୍‌ସିବିରେ ପ୍ରଥମଥର ପାଇଁ ଜଣେ ବ୍ଲାକ୍‌ ପଙ୍ଗସ୍‌ ଆକ୍ରାନ୍ତ ରୋଗୀଙ୍କ କରାଗଲା ରିକନ୍‌ଷ୍ଟ୍ରସନ୍‌ ସର୍ଜରି। କୋଭିଡ୍‌ ପରବର୍ତ୍ତୀ ସମୟରେ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ ଜଣେ ମହିଳା ରୋଗୀଙ୍କ ଉପର ତାଳୁ ଏବଂ ମାଢ଼ିଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଫଳରେ, ରୋଗୀ ଖାଦ୍ୟ ଖାଇ ପାରୁନଥିଲେ। କଥାବାର୍ତ୍ତା କରିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରିକି ମୁହଁ ମଧ୍ୟ ବିକୃତ ହୋଇଯାଇଥିଲା। ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ଦୀର୍ଘ ୭ ଘଣ୍ଟାର ଅସ୍ତ୍ରୋପଚାର ପରେ ମହିଳା ରୋଗୀ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏଥିସହ ଖାଦ୍ୟ ଖାଇବାରେ ଓ କଥାବାର୍ତ୍ତାରେ ଯେଉଁ ଅସୁବିଧା ରହିଥିଲା ସେ ସମସ୍ୟା ଦୂର ହୋଇପାରିଛି ବୋଲି ଅସ୍ତ୍ରୋପଚାର କରିଥିବା ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଏମ୍‌. ମୀନା କୁମାରୀ ୨୦୨୧ରେ କୋଭିଡ୍‌ ଆକ୍ରାନ୍ତ ହୋଇଥିଲେ। ଏହାପରେ ଜୁଲାଇରେ ସେ ବ୍ଲାକ୍‌ଫଙ୍ଗସ୍‌ ଦ୍ବାରା ଆକ୍ରାନ୍ତ ହୋଇଥିଲେ। ଫଳରେ ତାଙ୍କର ଉପର ତାଳୁ ଓ ମାଢି ସଂପୂର୍ଣ୍ଣ ନଷ୍ଟ ହୋଇଗଲା। ତାଙ୍କୁ ଜୁଲାଇ ୫ ତାରିଖରେ ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଥିଲା। ଏଥିସହ ଜୁଲାଇ‌ ୧୮ରେ ତାଙ୍କର ପ୍ରଥମ ଅସ୍ତ୍ରୋପଚାର କରାଯାଇଥିଲା। ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ତତ୍ବାବଧାନରେ ଡାକ୍ତର ପ୍ରଶାନ୍ତ କୁମାର ବଳ, ଡାକ୍ତର ଶ୍ୟାମ ସୁନ୍ଦର ବେହେରା, ଡାକ୍ତର ବିଷ୍ଣୁପଦ ନାୟକ, ଡାକ୍ତର ଇଶାନ ଅଗ୍ନିହୋତ୍ରି, ଡାକ୍ତର ନୃସିଂହ ଚରଣ ଦାସଙ୍କ ଦ୍ବାରା ଦୀର୍ଘ ୭ଘଣ୍ଟାର ଅସ୍ତ୍ରୋପଚାର ପରେ ରୋଗୀ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe