ବନ୍ଧ୍ୟାକରଣ ଅପରେସନ୍‌ ବେଳର ଭିଡ଼ିଓ ଭାଇରାଲ୍‌

Advertisment
ବନ୍ଧ୍ୟାକରଣ ଅପରେସନ୍‌ ବେଳର ଭିଡ଼ିଓ ଭାଇରାଲ୍‌

ତୁମୁଡିବନ୍ଧ : ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମହିଳାଙ୍କ ବନ୍ଧ୍ୟାକରଣ ଅପରେସନ୍‌ ଚାଲିଥିଲା ବେଳର ଫଟୋ ଓ ଭିଡ଼ିଓ ଉଠାଇବା ଏବଂ ଏହାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ଘଟଣା ଏବେ କନ୍ଧମାଳ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଭିଡିଓ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ସୋସିଆଲ ମିଡିଆରେ ଭାଇରାଲ କରାଇବା ଘଟଣାରେ ଏବେ ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି ମନୋଭାବ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

publive-image

ସୂଚନା ମୁତାବକ, ବିଶ୍ୱ ଜନସଂଖ୍ୟା ଦିବସରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁମିଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ତୁମୁଡିବନ୍ଧ ଓ କୋଟଗଡ ଦୁଇ ବ୍ଲକର ୧୦ ଜଣ ମହିଳାଙ୍କ ବନ୍ଧ୍ୟାକରଣ ଅପରେସନ୍‌ ଶିବିର ଅନୁଷ୍ଠିତ ହୋଇଥିଲା। ଅପରେସନ ବେଳେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ନିୟମ ରହିଥିଲେ ମଧ୍ୟ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଦେଖା ଯାଇଥିଲା। ଅପରେସନ କକ୍ଷରେ ମହିଳାଙ୍କ ପାଖରେ ବହୁତ କର୍ମଚାରୀ ଦେଖାଣାହାରୀ ପରି ରହିଥିଲେ ଓ ଜଣେ କର୍ମଚାରୀ ଭିଡିଓ ଓ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ଘଟଣାକୁ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ନିନ୍ଦା କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe