ଏମ୍‌ସ ଭୁବନେଶ୍ବରରେ ସର୍ଜିକାଲ୍‌ ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗରେ ଆରମ୍ଭ ହେବ ଏମ୍‌ସିଏଚ୍‌ ଓ ଡିଏମ୍‌ କୋର୍ସ

Advertisment
ଏମ୍‌ସ ଭୁବନେଶ୍ବରରେ ସର୍ଜିକାଲ୍‌ ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗରେ ଆରମ୍ଭ ହେବ ଏମ୍‌ସିଏଚ୍‌ ଓ ଡିଏମ୍‌ କୋର୍ସ

ଭୁବନେଶ୍ବର: ଏମ୍‌ସ ଭୁବନେଶ୍ବରରେ ବୃଦ୍ଧି ପାଇବ ସୁପରସ୍ପେଶିଆଲିଟି ସେବା। ଏମ୍‌ସ ଭୁବନେଶ୍ବରର ସର୍ଜିକାଲ୍‌ ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗରେ ଯଥାକ୍ରମେ ଏମ୍‌ସିଏଚ୍‌ ଓ ଡିଏମ୍‌ କୋର୍ସ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏନେଇ ଚୁଡ଼ାନ୍ତ ପ୍ରକ୍ରିୟା ସମାପ୍ତ ହୋଇଛି। ଚଳିତ ମାସ ୨୧ ଓ ଆଜି ଏମ୍‌ସ ନୂଆଦିଲ୍ଲୀ, ଜେଆଇପିଏମଇଆର ପୁଡୁଚେରୀ ଏବଂ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍‌ପିଟାଲ, କଟକରୁ ଆସିଥିବା ବିଶେଷଜ୍ଞଙ୍କ ଟିମ୍‌ ଅନୁଧ୍ୟାନ ପରେ ଉପରୋକ୍ତ ଦୁଇଟି ବିଭାଗରେ ଖୁବ୍‌ଶୀଘ୍ର ସୁପରସ୍ପେଶିଆଲିଟି କୋର୍ସ ଆରମ୍ଭ ହେବାନେଇ ପ୍ରକ୍ରିୟା ନିଶ୍ଚିନ୍ତ ହୋଇଛି।

publive-image

ବିଶେଷଜ୍ଞଙ୍କ ଦଳ ଦୁଇ ବିଭାଗର ଭିତ୍ତିଭୂମି ସହିତ ଗବେଷଣାକୁ ନେଇ ରହିଥିବା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନ ପରେ ଏକ୍ସପର୍ଟ ଟିମ୍‌ ସନ୍ତୋଷ ପ୍ରକାଶ କରିବା ସହିତ ଦୁଇ ବିଭାଗରେ ସୁପରସ୍ପେଶିଆଲିଟି କୋର୍ସ ଆରମ୍ଭ ହେବା ନେଇ ସବୁଜ ସଙ୍କେତ ଦେଇଛନ୍ତି। ଏପରି ହେଲେ ଉପରୋକ୍ତ ଦୁଇ ପ୍ରମୁଖ ବିଭାଗରେ ପ୍ରତିବର୍ଷ ଦୁଇଟି କରି ଡିଏମ୍‌/ଏମ୍‌ସିଏଚ୍‌ ସିଟ୍‌ ବୃଦ୍ଧିପାଇବ। ଯାହାକି ଅଧିକ ଗବେଷଣାକୁ ତ୍ବରାନ୍ବିତ କରିବ ଏବଂ ଏହା ଗୁଣବତ୍ତାସମ୍ପନ୍ନ ରୋଗୀସେବାରେ ସହାୟକ ହେବ। ଏହାକୁ ମିଶାଇଲେ ବର୍ତ୍ତମାନ ସମୟରେ ଏମ୍‌ସ ଭୁବନେଶ୍ବରର ୧୬ଟି ବିଭାଗରେ ଡିଏମ୍/ଏମ୍‌ସିଏଚ୍‌ କୋର୍ସ ପ୍ରଚଳନ ହୋଇସାରିଛି। ଏନେଇ ଦେଶର ପ୍ରମୁଖ ଚିକିତ୍ସାବିଜ୍ଞାନୀ ତଥା ଏମ୍‌ସ ଭୁବନେଶ୍ବରର ନିର୍ଦ୍ଦେଶିକା ଡ. ବି ଗୀତାଞ୍ଜଳୀ ଉଚ୍ଚମାନର ରୋଗୀ ସେବା ନିମନ୍ତେ ଅନୁଷ୍ଠାନ ବଦ୍ଧପରିକର ଥିବା ପ୍ରକାଶ କରିଛନ୍ତି। ଏଥିସହିତ ଏମ୍‌ସ ଭୁବନେଶ୍ବରର ସର୍ଜିକାଲ୍‌ ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗରେ ଯଥାକ୍ରମେ ଏମ୍‌ସିଏଚ୍‌ ଓ ଡିଏମ୍‌ କୋର୍ସର ପ୍ରଚଳନ ଅଧିକ ଗବେଷଣାର ସୁଯୋଗ ଆଣିଦେବ। ଯାହାକି ପରୋକ୍ଷରେ ସାଧାରଣ ଲୋକଙ୍କ ଉପକାରରେ ଲାଗିବ ବୋଲି ନିର୍ଦ୍ଦେଶିକା ଡ. ଗୀତାଞ୍ଜଳି ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe